ETV Bharat / city

ବିଜେପି ଉପରେ ବର୍ଷିଲେ ରଣେନ୍ଦ୍ର; କହିଲେ ଟଙ୍କା ଦେଉନି କେନ୍ଦ୍ର, ଲୋନ କରି କିଣିଛୁ ଧାନ

author img

By

Published : Mar 17, 2021, 1:42 PM IST

ବେପାରୀ ମାନଙ୍କ ଧାନ କିଣିବା ପାଇଁ ଇଚ୍ଛୁକ ନୁହଁନ୍ତି । ବିଜେପି ଚାଷୀଙ୍କୁ ନେଇ ରାଜ୍ୟରେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଯଦି ଚାଷୀଙ୍କ ପାଇଁ ଏତେ ଦରଦ ଅଛି ବେପାରୀ ଜନତା ପାର୍ଟି(ବିଜେପି) ଦିଲ୍ଲୀ ଯାଇ ଆମ ପାଇସା ମାଗନ୍ତୁ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

ରଣେନ୍ଦ୍ର ପ୍ରତାପ ସ୍ବାଇଁ
Ranendra Pratap Swain

ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ତ ଧାନ କିଣିବାକୁ ନେଇ ବିଧାନସଭାରେ ବିଜେପି ହଙ୍ଗାମା କରୁଥିବା ବେଳେ ଆଜି ବିଜେପି ଉପରେ ଯୋରଦାର ଢଙ୍ଗରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ବିଜେପି ଉପରେ ବର୍ଷିଲେ ରଣେନ୍ଦ୍ର ; ଟଙ୍କା ଦେଉନି କେନ୍ଦ୍ର , 19 ହଜାର କୋଟି ଲୋନ କରି ଧାନ କିଣିଛୁ

ରଣେନ୍ଦ୍ର କହିଛନ୍ତି ସରକାର ବେପାରୀ ମାନଙ୍କ ଧାନ କିଣିବା ପାଇଁ ଇଚ୍ଛୁକ ନୁହଁନ୍ତି । ବିଜେପି ଚାଷୀଙ୍କୁ ନେଇ ରାଜ୍ୟରେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଯଦି ଚାଷୀଙ୍କ ପାଇଁ ଏତେ ଦରଦ ଅଛି ବେପାରୀ ଜନତା ପାର୍ଟି(ବିଜେପି) ଦିଲ୍ଲୀ ଯାଇ ଆମ ପାଇସା ମାଗନ୍ତୁ । କେନ୍ଦ୍ର ସରକାର ଆମ ଟଙ୍କା ଦେଉନାହାଁନ୍ତି । ଉଷୁନା ଚାଉଳ ନେଉନାହାଁନ୍ତି । ସେଥିପାଇଁ କିଏ ଦାୟୀ ରହିବ । ଏବେ ସୁଦ୍ଧା 19 ହଜାର କୋଟି ଟଙ୍କା ଲୋନ କରି ଧାନ କିଣି ଲେଣି ରାଜ୍ୟ ସରକାର । ସେହିପରି ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା 61 ଲକ୍ଷ ଟନ ଧାନ କିଣିଛୁ । ବିଜେପି କଂଗ୍ରେସ ଯାହା କହିଛନ୍ତୁ ଭୁଲ । ବେପାରୀ ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି । ଚାଷୀଙ୍କ ପେଟକୁ ମାରିଛନ୍ତି ବୋଲି ବର୍ଷିଲେ ରଣେନ୍ଦ୍ର ।

ସେହିପରି ସୁବାସ ପାଣିଗ୍ରାହୀ ଦଳର ଓ ନିଜର ଟିଆରପି ବଢେଇବା ପାଇଁ ଏଭଳି କରିଛନ୍ତି । ପବିତ୍ର ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ରାଜ୍ୟପାଳ ରାଜ୍ୟର ମୁଖ୍ୟ । ତାଙ୍କରି ନିର୍ଦ୍ଦେଶରେ ଗୃହ ଚାଲେ । ଏବେ ଆମେ ରାଜ୍ୟପାଳଙ୍କୁ ଜଣାଇଛୁ କିଭଳି ଗୃହର ଅପମାନ କରାଯାଇଛି । ତେଣୁ ସୁବାସ କ୍ଷମା ମାଗନ୍ତୁ ବୋଲି ରଣେନ୍ଦ୍ର ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.