ETV Bharat / city

କଟକଣା ପାଇଁ ଘରେ ନମାଜ ପଢି ଇଦ ପାଳିଲେ ମୁସଲିମ ଭାଇଭଉଣୀ - ଲକଡାଉନ କଟକଣାରେ ନମାଜ

ଲକଡାଉନ ପାଇଁ ରମଜାନ ବା ଇଦ ମାସର ଶେଷ ଦିନରେ ମୁସଲମାନ ଭାଇଭଉଣୀ ମାନେ ଘରେ ରହି ନମାଜ ପାଠ କରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ କଟକଣା ପାଇଁ ଘରେ ପଢିଲେ ନମାଜ
ଲକଡାଉନ କଟକଣା ପାଇଁ ଘରେ ପଢିଲେ ନମାଜ
author img

By

Published : May 14, 2021, 3:55 PM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଇଦ ବା ରମଜାନ ମାସର ଶେଷ ଦିନ । ଏକ ମାସ ରୋଜା ବା ଉପବାସ ରଖିଲା ପରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନେ ଏହି ଶେଷ ଶୁକ୍ରବାରରେ ଉପବାସ ଭଙ୍ଗ କରିଥାନ୍ତି । ଏହି ଦିନଟି ସବୁ ମୁସଲମାନ ଭାଇଭଉଣୀଙ୍କ ପାଇଁ ବଡ ଉତ୍ସବ ହୋଇଥାଏ । କିନ୍ତୁ, କରୋନା କଟକଣା ଆଉ ଲକଡାଉନ ଭିତରେ ତାହା ଫିକା ପଡିଯାଇଛି ।

ଲକଡାଉନ କଟକଣା ପାଇଁ ଘରେ ପଢିଲେ ନମାଜ

ଭୁବନେଶ୍ବରରେ ଆଜିର ଦିନରେ ମସଜିଦ ଗୁଡିକ ବନ୍ଦ ଥିବା ବେଳେ ଘରେ ରହି ସମସ୍ତେ ନମାଜ ପଢ଼ିଛନ୍ତି । ଏହି ଭାଇଚାରା ପର୍ବରେ କେହି କାହାକୁ ଆଲିଙ୍ଗନ ନକରି ଇଦ ମୁବାରକ ଜଣାଇଛନ୍ତି ନା କୌଣସି ପାର୍ଟି ହୋଇଛି । ମସଜିଦ ଖାଁ ଖାଁ ଥିବା ବେଳେ ଚଳିତ ବର୍ଷ ସେପରି ଗହଳି ଚହଳି ନାହିଁ ।

ଯଦି ବି ଘରେ ରହି ସମସ୍ତେ ନମାଜ ପଢୁଛନ୍ତି ବେଶ ନିରାଡ଼ମ୍ବରରେ ଏହି ପର୍ବ ପାଳନ କରାଯାଉଛି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.