ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। କୋରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଏହି ଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଲେଖିଛନ୍ତି ଅମର ।
ଦ୍ବିତୀୟ ଲହାରୀରେ ଅନେକ ଶିଶୁ ଅସହାୟ ହୋଇଯାଇଛନ୍ତି। ସେମାନଙ୍କୁ ସହାୟ ହେବାକୁ କେହି ନାହାନ୍ତି। ଯାହା ଅତି ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଶିଶୁ ମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଚିଠିରେ ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ।
ଦେଶର କୌଣସି ବି ସ୍ଥାନରେ ଯଦି ଅସହାୟ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି, ତାଙ୍କୁ walk in ମାଧ୍ୟମରେ ଆଡମିଶନ ଦିଆଯାଉ। ତଥ୍ୟ ଓ ତାଲିକା ଆସିବାର ଅପେକ୍ଷା ନ କରାଯାଉ। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି। ମାନବିକତା ଦୃଷ୍ଟିରୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଅମର ପଟ୍ଟନାୟକ ଲେଖିଛନ୍ତି । ଜଗନ୍ନାଥ ଚାହୁଁଛନ୍ତି ଯେ ସେମାନଙ୍କ ନାମଲେଖା ହେଉ ଓ ଭବିଷ୍ୟତ ଅନ୍ଧାର ନ ହେଉ । ଏ ଦିଗରେ ସମାଜ ମିଶିକି କାମ କରୁ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ