ETV Bharat / city

ଆରମ୍ଭ ହେଲା ରାଜ୍ୟସଭା ନାମାଙ୍କନ, ପ୍ରଥମ ଦିନରେ କେହି କଲେନାହିଁ ପ୍ରାର୍ଥୀପତ୍ର ଦାଖଲ - ଆରମ୍ଭ ହେଲା ରାଜ୍ୟସଭା ନାମାଙ୍କନ ପ୍ରକ୍ରିୟା

ଜୁନ 3 ଅପରାହ୍ନ 3 ଟା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଜୁନ 10 ତାରିଖ ପୂର୍ବାହ୍ନ 9 ଟାରୁ ଅପରାହ୍ନ 4 ଟା ମଧ୍ୟରେ ବିଧାନସଭା ସଚିବାଳୟର 54 ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ । ଅଧିକ ପଢନ୍ତୁ

ପ୍ରଥମ ଦିନରେ କେହି କଲେ ନାହିଁ ପ୍ରାର୍ଥୀପତ୍ର ଦାଖଲ

author img

By

Published : May 24, 2022, 7:32 PM IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି ଭାରତର ନିର୍ବାଚନ କମିଶନ ବିଧବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡିଶା ବିଧାନସଭାର ସଦସ୍ୟମାନଙ୍କ ଦ୍ବାରା ରାଜ୍ୟସଭାକୁ ତିନି ଜଣ ସଦସ୍ୟ ନିର୍ବାଚନ ପାଇଁ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଧିବଦ୍ଧ ଭାବେ ଓଡିଶା ରାଜପତ୍ରରେ ପୁନଃ ପ୍ରକାଶ ପାଇଛି । ଆଜିଠାରୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ପ୍ରଥମ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ସୂଚନା ମିଳିଛି ।

ଆରମ୍ଭ ହେଲା ରାଜ୍ୟସଭା ନାମାଙ୍କନ, ପ୍ରଥମ ଦିନରେ କେହି କଲେ ନାହିଁ ପ୍ରାର୍ଥୀପତ୍ର ଦାଖଲ

ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଛୁଟି ଦିବସ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ନାମାଙ୍କନ ଦାଖଲ ହେବ । ପୂର୍ବାହ୍ନ 11 ଘଟିକା ଠାରୁ 3 ଟା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର ସମ୍ମିଳନୀ କକ୍ଷରେ ମନୋନୟନ ପତ୍ର ଦାଖଲ କରିବେ । ଜୁନ ପହିଲା ପୂର୍ବାହ୍ନ 11.30 ମିନିଟରେ ଦାଖଲ କରାଯାଇଥିବା ମନୋନୟନ ପତ୍ର ଯାଞ୍ଚ କରାଯିବ ।

ଜୁନ 3 ଅପରାହ୍ନ 3 ଟା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଜୁନ 10 ତାରିଖ ପୂର୍ବାହ୍ନ 9 ଟାରୁ ଅପରାହ୍ନ 4 ଟା ମଧ୍ୟରେ ବିଧାନସଭା ସଚିବାଳୟର 54 ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.