ETV Bharat / city

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ଉପରେ ସଭିଙ୍କ ନଜର, ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ଅପେକ୍ଷା

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । । ଏପରିସ୍ଥିତିରେ ସଭିଙ୍କ ନଜର ବିଜେଡି ଉପରେ । ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମିନିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଆମର ପଟନାୟକ। ଅଧିକ ପଢନ୍ତୁ...

author img

By

Published : Sep 10, 2020, 5:42 PM IST

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ଉପରେ ସଭିଙ୍କ ନଜର, ନବୀନଙ୍କ ଉପରେ ନିଷ୍ପତ୍ତି ଛାଡିଲେ ନେତା

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନ ପାଇଁ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ହରିବଂଶ ନାରାୟଣ ସିଂହ । ସେପଟେ ବିରୋଧୀଦଳ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେବା ନେଇ ଜଣାପଡିଛି । ହେଲେ ବିରୋଧୀଙ୍କର ଏଯାଏଁ ପ୍ରାର୍ଥୀ ଚୟନକୁ ନେଇ ଛିଡୁ ନାହିଁ ଅଙ୍କକଷା । ଏପରିସ୍ଥିତିରେ ସଭିଙ୍କ ନଜର ବିଜେଡି ଉପରେ ।

ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ନେତା ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ ଯୋଗେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ କଥା ହୋଇଥିବା ସୂଚନା ମିଳିଛି ।

ତେବେ ଏନଡିଏ ପକ୍ଷରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏକାଠୀ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ଏପରିସ୍ଥିତିରେ ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଜେଡିୟୁରୁ ହରିବଂଶ ପ୍ରାର୍ଥୀ ହୋଇଥିବାରୁ ଉପାଧ୍ୟକ୍ଷ ପଦ ପାଇଁ ନବୀନଙ୍କ ସହିତ କଥା ହୋଇ ବିଜେଡିର ସମର୍ଥନ ନୀତିଶ ଲୋଡିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ବିଜେଡି ନେତା । ଆସନ୍ତା 14ରେ ନିର୍ବାଚନ ରହିଛି। ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମିନିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଆମର ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.