ଭୁବନେଶ୍ବର: ଆସନ୍ତା 14ରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଜୁ ଜନତା ଦଳର ସମସ୍ତ ସାଂସଦଙ୍କ ପାଇଁ ଦଳୀୟ ହ୍ବିପ ଜାରି କରାଯାଇଛି । ସମସ୍ତେ ସେଦିନ ଉପସ୍ଥିତ ରହି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଥିଲେ । ଏନଡିଏ ସମର୍ଥିତ ପ୍ରାର୍ଥୀ ଜେଡିୟୁ ଦେଉଥିବାରୁ ସେ ସହଯୋଗ ଲୋଡିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ