ETV Bharat / city

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏକୁ ବିଜେଡିର ସମର୍ଥନ - ରାଜ୍ୟସଭା ଉପାଧ୍ୟକ୍ଷ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
author img

By

Published : Sep 14, 2020, 10:39 AM IST

Updated : Sep 14, 2020, 11:14 AM IST

10:33 September 14

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏକୁ ବିଜେଡିର ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଦଳ ସମର୍ଥନ କରିବ ବୋଲି ବିଜେଡି ପକ୍ଷରୁ ସଷ୍ଟ କରାଯାଇଛି ।  

ଆଜି ସକାଳୁ ଆଉ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ଫୋନ ଯୋଗେ କଥା ହେବା ପରେ ଦଳ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ସୂଚନାଥାଉକି, ଚଳିତ ଥର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀ ଦଳ ପକ୍ଷରୁ ଆରଜେଡି ସାଂସଦ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଜିତିପାରନ୍ତି ବୋଲି କୁହାଯାଉଛି ।  

245 ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ 233 ଜଣ ନିର୍ବାଚିତ ସଦସ୍ୟ ରହିଛନ୍ତି । 12 ଜଣ ମନୋନୀତ ସଦସ୍ୟ ଅଛନ୍ତି । ସେଥିରୁ ଏନଡିଏର 116 ସଦସ୍ୟ ଅଛନ୍ତି । ଯେଉଁଥିରେ ବିଜେପିର 86 ରହିଛନ୍ତି । ସେହିପରି ୟୁପିଏର 60 ଓ ଅନ୍ୟ ବିରୋଧୀ ଦଳଙ୍କ ପାଖରେ 67 ଜଣ ସାଂସଦ ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 14, 2020, 11:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.