ETV Bharat / city

ଆରମ୍ଭ ହେଲା କାମ, ଭୁବନେଶ୍ବରରୁ ଦିଲ୍ଲୀରେ ପହଞ୍ଚିବ ଓଡିଶାର କଳା-ସଂସ୍କୃତି

ରାଜଧାନୀ ଏକ୍ସପ୍ରେସକୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅକ୍ଟୋବର ମାସ ମଧ୍ୟଭାଗ ସୁଦ୍ଧା ଶେଷ ହେବା ସମ୍ଭାବନା । ଅଧିକ ଖବର ପଢନ୍ତୁ...

ରାଜ୍ୟ ରାଜଧାନୀରୁ ଦେଶ ରାଜଧାନୀରେ ପହଞ୍ଚିବ ଉତ୍କଳର କଳା ଓ ସଂସ୍କୃତି
author img

By

Published : Oct 4, 2019, 9:37 PM IST

ଭୁବନେଶ୍ବର: ରାଜଧାନୀ ଏକ୍ସପ୍ରେସରେ ଝଲସିବ ଓଡିଶାର କଳା ସଂସ୍କୃତି । ରାଜ୍ୟ ରାଜଧାନୀରୁ ଦେଶ ରାଜଧାନୀରେ ପହଞ୍ଚିବ ଉତ୍କଳର ଗୌରବମୟ କଳା ଓ ସଂସ୍କୃତି । ତେବେ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ଏହି ଚୁକ୍ତିପତ୍ର ଏବେ ସଫଳ ରୂପରେଖ ନେବ । ତେବେ ରାଜଧାନୀ ଏକ୍ସପ୍ରେସକୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଶା କରାଯାଉଛି ଯେ ଅକ୍ଟୋବର ମାସ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ ।

ସୂଚନା ଅନୁସାରେ, ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରୁ ବାହାରି ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀରେ ପହଞ୍ଚିଥାଏ । ଏହି ଏକ୍ସପ୍ରେସକୁ ଓଡ଼ିଶାର କଳା ଓ ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରିତ କରିବା ପାଇଁ କିଛି ଦିନ ପୂର୍ବରୁ ପୂର୍ବତଟ ରେଳବାଇ ଏବଂ ନବରତ୍ନ ନାଲକୋ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ସ୍ବାକ୍ଷରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ରେଳବାଇ ମନ୍ତ୍ରାଳୟ ଏହାକୁ ମଞ୍ଜୁରି ଦେଇଥିଲେ । ଏହି ପ୍ରକଳ୍ପ ଅନୁସାରେ ରାଜଧାନୀ ଏକ୍ସପ୍ରେସର ବଗି ଗୁଡ଼ିକର ବାହ୍ୟ ପାର୍ଶ୍ବ ଓଡ଼ିଶାର ପଟ୍ଟଚିତ୍ର, ଓଡ଼ିଶାର ପର୍ଯ୍ୟଟନସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟରେ ଅଙ୍କିତ ହେବ ।

ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ବାରା ନୁଆଦିଲ୍ଲୀ ଷ୍ଟେସନ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି ।

ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.