ETV Bharat / city

ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ - rajbhavan open for public from today

ରବିବାର ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rajbhavan open
ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ
author img

By

Published : Jan 5, 2020, 9:24 PM IST

ଭୁବନେଶ୍ବର: ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ । ରବିବାର ଠାରୁ ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ରାଜଭବନ ବୁଲିବାର ମଜା ନେଇ ପାରିବେ । ରଙ୍ଗବେରଙ୍ଗର ଗୋଲାପ ଫୁଲ, ଫାଉଣ୍ଟେନ ସହ ଡିୟର ପାର୍କର ଦେଖିବାର ସୁଯୋଗ ପାଇବେ ଲୋକେ ।

ରବିବାର ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ଉଦ୍ୟାନ । ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ଯାଏଁ ସାଧାରଣ ଲୋକେ ରାଜଭବନ ଉଦ୍ୟାନ ବୁଲି ପାରିବେ । ଏହି ସମୟ ମଧ୍ୟରେ ଲୋକମାନେ ବିନା ଶୁଳ୍କରେ ଆସି ରାଜଭବନ ପରିସରରେ ବୁଲିବା ସହ ବିଭିନ୍ନ ପଶୁ ଦେଖିପାରିବେ । ଏଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା କହିଛନ୍ତି ରାଜଭବନ ଦାୟିତ୍ବରେ ଥିବା ବସନ୍ତ କୁମାର ପାଢୀ ।

ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ

ପ୍ରଥମ ଦିନରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିଥିଲେ ରାଜ୍ୟପାଳ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, "ଆମ ବଗିଚାରେ ଫୁଟୁଥିବା ଫୁଲ ଚିରସ୍ଥାୟୀ ନୁହେଁ,କିନ୍ତୁ ଏହି ଛୋଟଛୋଟ ପିଲାମାନେ ହେଉଛନ୍ତି ଭାରତମାତାର ଫୁଲ ସଦୃଶ । ଏମାନେ ତାଙ୍କ ସୁଗନ୍ଧରେ ସାରା ଦୁନିଆକୁ ବିମୋହିତ କରିବେ । ତେଣୁ ମୁଁ ଏହି ଅବସରରେ ଏମାନଙ୍କୁ ସାକ୍ଷାତ କରିବାକୁ ଆସିଛି" ।

ଏପଟେ ପ୍ରଥମ ଦିନରୁ ରାଜଭବନ ଉଦ୍ୟାନରେ ଜମିଥିଲା ଲୋକଙ୍କ ଭିଡ । ଶହଶହ ଲୋକେ ଆସିଥିଲେ ଉଦ୍ୟାନ ବୁଲିବାକୁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆମ ବଗିଚାରେ ଫୁଟୁଥିବା ଫୁଲ ଚିରସ୍ଥାୟୀ ନୁହେଁ।କିନ୍ତୁ ଆମ ଏହି ଛୋଟଛୋଟ ପିଲାମାନେ ହେଉଛନ୍ତି ଭାରତମାତାର ଫୁଲ ସଦୃଶ।ଏମାନେ ତାଙ୍କ ସୁଗନ୍ଧରେ ସାରା ଦୁନିଆକୁ ବିମୋହିତ କରିବେ।ତେଣୁ ମୁଁ ଏହି ଅବସରରେ ଏମାନଙ୍କୁ ସାକ୍ଷାତ କରିବାକି ଆସିଥିବା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।ତେଣୁ ଏମାନଙ୍କ ଯତ୍ନ ନେବାକୁ ସେ କହିବା ସହିତ ପିଲାମାନଙ୍କୁ ଚକୋଲେଟ ଦେଇ ସେମାନଙ୍କ ସହିତ ମିଶି ଥିଲେ।ଆଜି ଠାରୁ ରାଜ୍ୟପାଳଙ୍କ ପ୍ରମୋଦ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିଛି।ସେଥିପାଇଁ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଦେଖା ଦେଇଥିବା ବେଳେ ବହୁ ସଂଖ୍ୟାରେ ଘର ପରିବାର ଓ ପିଲାମାନଙ୍କ ସହିତ ଏହାକୁ ଦେଖିବାକୁ ଅନେକ ସଂଖ୍ୟାରେ ଲୋକମାନେ ଆସିଥିବା ଦେଖିବାକୁ ମିଳିଛି।

Body:ଏହା ଆଜି ଠାରୁ ଆର୍ଥତ ଜାନୁଆରୀ 5 ରୁ 19 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 2ଟା 30ରୁ 5ଟା ଯାଏ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରାହୁଥିବାବେଳେ ଜାନୁଆରୀ 6 ରୁ 21 ତାରିଖ ପର୍ଯ୍ୟନ୍ତ ସକାଳ 8.30ରୁ 10 ଟା ପର୍ଯ୍ୟନ୍ତ 10 ମ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ଲାଗି ଖୋଲା ରହିବ ବୋଲି ଜଣାପଡିଛି।
ଏହି ସମୟ ମଧ୍ୟରେ ଲୋକମାନେ ବିନା ଶୁଳ୍କରେ ଆସି ରାଜଭବନ ପରିସରରେ ବୁଲିବା ସହ ବିଭିନ୍ନ ପକ୍ଷୀ,ପଶୁ ଉଦ୍ଭିଦ , ଫୁଲ ଓ ମାଛ ଆଦି ଦେଖିପାରିବେ।ଏଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା କହିଛନ୍ତି ରାଜଭବନ ଦାୟିତ୍ବରେ ଥିବା ବସନ୍ତ କୁମାର ପାଢୀ।ପାଖାପାଖି 39 ପ୍ରକାର ଫୁଲ,ୱାଟର ଫାଉଂଟେନ,ପକ୍ଷୀ ଘର,ହରିଣ ପାର୍କ,ଗୋଲାପ ବଗିଚା,ମାଛ ପୋଖରୀ ଆଦିର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।ଗତ ବର୍ଷ ଲକ୍ଷାଧିକ ଜନସାଧାରଣ ଆସିଥିବାବେଳେ ଏଥର ଏହି ସଂଖ୍ୟା ବଢିବ ବୋଲି ସେ ଅନୁମାନ କରିଛନ୍ତି।ସେହିପରି ଲୋକମାନେ ଅନ୍ୟ ସମୟରେ ଏଠାକୁ ଆସିବାକୁ ସୁଯୋଗ ପାଉ ନଥିବାବେଳେ ଏହି ସୁଯୋଗ ସେମାନଙ୍କୁ ବହୁତ ଖୁସି ଦେଇଥିବା କହିଛନ୍ତି।ତେବେ ଏହି ଖୁସି କୁ ଦ୍ବିଗୁଣିତ କରି ଦେଇଛି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଲୋକମାନଙ୍କ ସହିତ ମିଶିବା ଓ ପିଲାମାନଙ୍କୁ ଚକୋଲେଟ ଦେବା।
ବାଇଟ-ରାଜ୍ୟପାଳ,
ବାଇଟ-ବସନ୍ତ କୁମାର ପାଢୀ,ରାଜଭବନ କର୍ମଚାରୀ
ବାଇଟ-ସାଧାରଣ ଦର୍ଶକ1,2,3
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.