ETV Bharat / city

ଗଡ଼ିଲା ରାଜସ୍ବ ରଥ, ଏଣିକି ଦୁଆର ମୁହଁରେ ମିଳିବ ରାଜସ୍ୱ ସେବା - କୋରୋନା କାଳରେ ରାଜସ୍ବ ସେବା

ମହାମାରୀରେ ନାଗରିକଙ୍କୁ ନିରବଚ୍ଛିନ୍ନ ରାଜସ୍ବ ସେବା ଯୋଗାଇବା ପାଇଁ ଗଞ୍ଜାମ ତହସିଲ କାର୍ଯ୍ୟାଳୟ ରାଜସ୍ଵ ରଥ ମାଧ୍ୟମରେ ସେବା ପ୍ରଦାନର ଏକ ଅଭିନବ ଉପାୟ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ଗଡ଼ିଲା ରାଜସ୍ବ ରଥ,  ଏଣିକି ଦୁଆର ମୁହଁରେ ମିଳିବ ରାଜସ୍ୱ ସେବା

author img

By

Published : May 14, 2021, 8:37 PM IST

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ସୀମା ଓ ସୁବିଧାରେ ନାଗରିକଙ୍କୁ ମିଳିବ ସରକାରୀ ସୁବିଧା । ଏଥି୍ପାଇଁ ଧାଇଁବାକୁ ପଡିବନି ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ । ଏବେ ନିଜ ଘର ଦୁଆର ମୁହଁରେରେ ମିଳିବ ସୁବିଧା । ଏହି ଲକ୍ଷ୍ୟ ପୂରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୫ - ‘ ଟି ’ କାର୍ଯ୍ୟକ୍ରମ ଅଧୀନରେ ଅନେକ ନାଗରିକ - କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରିଛି ।

ଗଡ଼ିଲା ରାଜସ୍ବ ରଥ,  ଏଣିକି ଦୁଆର ମୁହଁରେ ମିଳିବ ରାଜସ୍ୱ ସେବା
ଗଡ଼ିଲା ରାଜସ୍ବ ରଥ, ଏଣିକି ଦୁଆର ମୁହଁରେ ମିଳିବ ରାଜସ୍ୱ ସେବା

ବିଶେଷ କରି କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ବିଭାଗ । ଏ ନେଇ ବିଭାଗ ପକ୍ଷରୁ ଗଡୁଛି ରାଜସ୍ବ ରଥ । ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗାଯୋଗକୁ କମାଇବା ପାଇଁ ଦାଖଲ ଖାରଜ ଏବଂ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯାଉଛି । କିନ୍ତୁ ଘରେ ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ନିରକ୍ଷର ବ୍ୟକ୍ତିମାନେ ସହାୟତା ପାଇଁ ରାଜସ୍ବ କାର୍ଯ୍ୟାଳୟ ବା ମୋ ସେବା କେନ୍ଦ୍ର ପରିଦର୍ଶନ କରୁଛନ୍ତି । ମହାମାରୀରେ ନାଗରିକଙ୍କୁ ନିରବଚ୍ଛିନ୍ନ ରାଜସ୍ବ ସେବା ଯୋଗାଇବା ପାଇଁ ଗଞ୍ଜାମ ତହସିଲ କାର୍ଯ୍ୟାଳୟ ରାଜସ୍ଵ ରଥ ମାଧ୍ୟମରେ ସେବା ପ୍ରଦାନର ଏକ ଅଭିନବ ଉପାୟ ଆରମ୍ଭ କରିଛି । ଏହାକୁ ଉତ୍ତମ ଶାସନର ଏକ ସର୍ବୋତ୍ତମ ଅଭ୍ୟାସ ଭାବେ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ କୋଭିଡ୍ ସମୟରେ ସେମାନଙ୍କ ଜିଲ୍ଲାରେ ରାଜସ୍ଵ ରଥ ମାଧ୍ୟମରେ ସେବା ବିତରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ଅନେକ ଜିଲ୍ଲାରେ ରାଜସ୍ବ ରଥ ମାଧ୍ୟମରେ ସେବା ପ୍ରଦାନ କାର୍ଯ୍ୟ ସଫଳତାର ସହ ଆରମ୍ଭ ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲରେ ବାରଙ୍ଗମାଳ ଗ୍ରାମରେ ହିରାକୁଦ ବାସଚ୍ୟୁତ ଲୋକଙ୍କ ଥଇଥାନ ନିମନ୍ତେ ସର୍ବେକ୍ଷଣ ଓ ସମାଧାନ କାର୍ଯ୍ୟ ଆରମ୍ଭ କରାଯାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ବୀରମିତ୍ରପୁର ଓ ଲାଠିକଟା ତହସିଲରେ ରାଜସ୍ବ ରଥ ଗଡ଼ିଥିଲା । ବୀରମିତ୍ରପୁର ତହସିଲରେ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ୧୧ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି ।କେନ୍ଦ୍ରାପଡ଼ା ତହସିଲରେ ଏବଂ ଢେଙ୍କାନାଳର ଗଁନ୍ଦିଆ ତହସିଲରେ ପଟ୍ଟା ବଣ୍ଟନ କରାଯାଇଛି । କୋଭିଡ୍ ସମୟରେ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ଵାରା ବିଶେଷ ଭାବେ ଆଦୃତ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.