ETV Bharat / city

ରାଜଶ୍ରୀ ହେଲେ ଲୋକସଭା ପ୍ରାର୍ଥୀ, ତିର୍ତ୍ତୋଲ ଉପରେ ବିଷ୍ଣୁଙ୍କ ନଜର

ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଆଖି ବର୍ତ୍ତମାନ ତିର୍ତ୍ତୋଲ ଉପରେ ।

author img

By

Published : Mar 28, 2019, 6:57 PM IST

Updated : Mar 28, 2019, 7:32 PM IST

ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

ଭୁବନେଶ୍ୱର: ଜଗତସିଂହପୁର ଲୋକସଭା ପାଇଁ ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏଣୁ ବର୍ତ୍ତମାନ ତିର୍ତ୍ତୋଲ ବିଧାନସଭା ଉପରେ ନଜର ରଖିଥିବା ବିଷ୍ଣୁ ଦାସଙ୍କ ରାସ୍ତା ସଫା ବୋଲି ଚର୍ଚ୍ଚା ହେଉଛି । ତେବେ ବିଷ୍ଣୁ-ରାଜଶ୍ରୀ ଶୀତଳ ଯୁଦ୍ଧ ଆଗକୁ କଣ ଫଳ ଆଣୁଛି ଏହା ଉପରେ ସମସ୍ତଙ୍କ ନଜର ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

ଲୋକସଭା ପ୍ରାର୍ଥୀ ଘୋଷଣା ହେବାପରେ ରାଜଶ୍ରୀଙ୍କ ଖୁସି କହିଲେ ନସରେ । ତାଙ୍କ ମନରେ ତିଳେ ମାତ୍ର ଦୁଃଖ ନଥିବା ସେ ପ୍ରକାଶ କରିଛନ୍ତି । ଜଗତସିଂହପୁର ଭଳି ସମ୍ମାନଜନକ ଲୋକସଭା ଆସନରେ ପ୍ରାର୍ଥୀ ହେବା ବଡ଼ ଗୌରବର ବିଷୟ ଏବଂ ଏଥିପାଇଁ ସେ ଦଳର ସୁପ୍ରିମୋ ଓ ସମସ୍ତ ଶୁଭେଚ୍ଛୁଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ତେବେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ସହ ଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାଜଶ୍ରୀ । ସେ ଜଣାଇଛନ୍ତି ଯେ ‘ପ୍ରତି ଦଳରେ ମତାନ୍ତର ଏକ ସାଧାରଣ କଥା । ମୁଁ ବି ଦଳରେ ଅଛି ସେ ବି ଦଳରେ ରହିଛନ୍ତି । ତେଣୁ ବେଶୀ କିଛି ଅସୁବିଧା ହେବନାହିଁ ’। ଜଗତସିଂହପୁର ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିବ ଏବଂ ତିର୍ତ୍ତୋଲରେ ଯିଏ ବି ପ୍ରାର୍ଥୀ ହେବେ ତାଙ୍କୁ ସହଯୋଗ କରିବେ ବୋଲି ରାଜଶ୍ରୀ ଜଣାଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ବିଷ୍ଣୁ ଦାସ ଏବେ ବି ଟିକେଟ ଲବିରେ ଅଛନ୍ତି । ଏଯାଏଁ ତାଙ୍କୁ ତିର୍ତ୍ତୋଲ ଲାଗି ସବୁଜ ସଙ୍କେତ ମିଳିନାହିଁ ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

Intro:ଗତ କାଲି ରାତିରେ ବିଜେଡି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ରେ ସ୍ଥାନ ପାଇଛି ଯାଜପୁର ଜିଲ୍ଲାର ଲୋକସଭା ଆସନ ସମେତ ସୁକିନ୍ଦା, ଧର୍ମଶାଳା ବିଂଝାରପୁର ଆଦି 3ଟି ବିଧାନସଭା ଆସନ। ସୁକିନ୍ଦାରୁ ପୁନର୍ବାର ପ୍ରୀତିରଞ୍ଜନ ଘଡେଇଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏହି ଆସନରେ ପ୍ରାର୍ଥୀ ନାମ ଘୋଷଣା ହେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ସୁକିନ୍ଦା ରେ ବିଜେଡି ନେତା ଓ କର୍ମୀମାନେ ବାଜା ବାଣ ଫୁଟାଇ ଖୁସି ମନାଇବା ସହ ଫୁଲତୋଡ ଦେଇ ପ୍ରୀତିରଞ୍ଜନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ସେପଟେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ସୁକିନ୍ଦା ବାସୀ ଓ ବିଜେଡି ର ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରୀତିରଞ୍ଜନ। ସୁକିନ୍ଦା ମାଟିର ଉନ୍ନତି ପାଈଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ପୁରା କରିବେ। ଆମେ ବର୍ଷ ତମାମ ସୁକିନ୍ଦା ଅଞ୍ଚଳ ପାଇଁ କାମ କରିଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେତେ ଲୋକାଭିମୁଖୀ ଯୋଜନା ଅଛି ସୁକିନ୍ଦାର ଜନସାଧାରଣ ଙ୍କ ନିକଟରେ ପହେଞ୍ଚେଇଛୁ। ଆମ ସୁକିନ୍ଦାର 12ଟି କାରଖାନା 13ଟି ଖଣି ଅଛି ସବୁବେଳେ ଯୁବକ ମାନେ କିଭଲେ ନିଯୁକ୍ତି ପାଇବେ ଦେବାପାଇଁ ଚେଷ୍ଠା କରିଛୁ ଆଗକୁ ଆହୁରି ଦିଆଯିବ ବୋଲି କହିଛନ୍ତି ପ୍ରୀତିରଞ୍ଜନ। କଳିଙ୍ଗନଗର ଖାଲି ରାଜ୍ୟ ନୁହେଁ ଦେଶବିଦେଶରେ ଆଜି ପରିଚିତ ଆଗକୁ ଆହୁରି କେମିତି ବିକାଶ ହେବ ସେପ୍ରତି ମୁଁ ସବୁବେଳେ ଚେଷ୍ଟିତ। ମୋ ପିତା ଦଳକୁ ଫେରିବା ଫଳରେ ଜିଲ୍ଲା ଯଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଆହୁରି ଲାଭହେବ। ତେବେ ପ୍ରୀତିରଞ୍ଜନ 2009ରେ କୋରେଇ ଓ 2014ରେ ସୁକିନ୍ଦାରୁ 2ଥର ବିଧାୟକ ହୋଇଛନ୍ତି। ବିଜେଡିର ସୁକିନ୍ଦା ଟିକେଟ ଘୋଷଣା ପରେ ବିଜେଡିର ସ୍ଥିତି କିଭଳି ରହିବ ସୁକିନ୍ଦାରେ ଏହାଉପରେ ଈଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର କହିଛନ୍ତି ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ।

Body:bite-ପ୍ରୀତିରଞ୍ଜନ ଘଡ଼େଇ, ବିଧାୟକ, ସୁକିନ୍ଦା

Conclusion:
Last Updated : Mar 28, 2019, 7:32 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.