ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପ ଠାରେ ଅଢେଇ ହଜାର ବର୍ଷ ତଳର କାଳଜୟୀ ଗ୍ରୀକ ନାଟକ ସିଫୋକ୍ଲିସଙ୍କ ରାଜା ଇଡିପ୍ସ ଓଡିଆରେ ମଞ୍ଚସ୍ଥ ହୋଇଛି । ଏହି ନାଟକର ଓଡ଼ିଆ ଅନୁବାଦ ସହ ନିର୍ଦ୍ଦେଶନା ଦେଇଛନ୍ତି ଅଧ୍ୟାପକ ରମାକାନ୍ତ ମିଶ୍ର ।
ଭାଗ୍ୟ ସହିତ ମଣିଷର ଜୀବନମୂର୍ଚ୍ଛା ସଂଘର୍ଷ ଜାରିରହିଛି ସଭ୍ୟତାର ଆଦି କାଳରୁ । ବୁଦ୍ଧିମାନ ଓ ବିବେକଯୁକ୍ତ ପ୍ରାଣୀ ମନୁଷ୍ୟ ନିଜର ଚେଷ୍ଟାରେ ଓ ନିଜର ଉଚ୍ଚାମତେ ନିଜର ଭାଗ୍ୟ ଗଢିବାକୁ ଚାହେଁ, ମାତ୍ର ନିଅତିର କ୍ରୁର ପରିହାସରେ ବହୁ ସମୟରେ ତାର ସବୁ ଯୋଜନା ପଣ୍ଡ ହୁଏ । ମଣିଷ ତାର ସବୁ ନିଷ୍ଠା, ସବୁ ଭଲପଣିଆ, ବୀରତ୍ବକୁ ଉପଯୋଗ କରି ମଧ୍ୟ ଇଚ୍ଛା କରିଥିବା ଜୀବନ ବଞ୍ଚିପାରେ ନାହିଁ ଓ ଶେଷରେ ବିଧି ନିର୍ଦ୍ଦିଷ୍ଟ ଭବିଷ୍ୟତ ଆଗରେ ତାକୁ ମୁଣ୍ଡ ନୁଆଁଇ ଗ୍ରହଣ କରିବାକୁ ପଡ଼େ ବୋଲି ନିର୍ଦ୍ଦେଶକ ରମାକାନ୍ତ ମିଶ୍ର କହିଛନ୍ତି ।
ତେଣୁ ମଣିଷ ଭାଗ୍ୟ ବିରୁଦ୍ଧରେ ସଙ୍ଘର୍ଷ କରିବା ଆବଶ୍ୟକ ବୋଲି ଏହି ନାଟକ ମାଧ୍ୟମରେ ଦର୍ଶାଯାଇଥିବା ସେ କହିଛନ୍ତି । ବିନାୟକ ମିଶ୍ର, ବିଭୁ ଦୀକ୍ଷିତ, ମନୋଜ ମହାପାତ୍ର, କୃଷ୍ନା ମହାରଣା ଓ ରମାକାନ୍ତ ମିଶ୍ର ପ୍ରମୁଖ ଏହି ନାଟକରେ ଅଭିନୟ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ