ETV Bharat / city

କୁନି ଝିଅର ଖୁସି ପାଇଁ କୋଭିଡ ହସ୍ପିଟାଲରେ ରଜ ପାଳନ

author img

By

Published : Jun 16, 2021, 10:15 PM IST

୧୧ ବର୍ଷର ଝିଅର ଖୁସିକୁ ନେଇ କୋଭିଡ ହସ୍ପିଟାଲରେ କରାଯାଇଛି ରଜ ପାଳନ । ହସ୍ପିଟାଲରେ ଦୋଳି ବନ୍ଧାଯାଇଥିବାବେଳେ ଅଳତା ଲଗାଇ ସଜ ହୋଇ ରଜ ପାଳିଥିଲା କୁନି ଝିଅ ସୁଶ୍ରୀ ତେଜସ୍ୱିନୀ ସୁବୁଦ୍ଧି । ଅଧିକ ପଢନ୍ତୁ...

କୁନି ଝିଅର ଖୁସି ପାଇଁ କୋଭିଡ ହସ୍ପିଟାଲରେ ରଜ ପାଳନ
କୁନି ଝିଅର ଖୁସି ପାଇଁ କୋଭିଡ ହସ୍ପିଟାଲରେ ରଜ ପାଳନ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ସବୁ ଉତ୍ସବ ଫିକା ପଡିଛି । ଆଉ ଏଭଳି ସମୟରେ ରଜ ପଡିଥିବାରୁ ଅନେକ ବ୍ୟକ୍ତିଙ୍କ ସମୟ କୋଭିଡ ହସ୍ପିଟାଲରେ କଟୁଛି । କିନ୍ତୁ ଏସବୁ ଭିତରେ ଆସିଛି ଏକ ଖୁସି ଖବର। ୧୧ ବର୍ଷର ଝିଅର ଖୁସିକୁ ନେଇ କୋଭିଡ ହସ୍ପିଟାଲରେ କରାଯାଇଛି ରଜ ପାଳନ । ହସ୍ପିଟାଲରେ ଦୋଳି ବନ୍ଧାଯାଇଥିବା ବେଳେ ଅଳତା ଲଗାଇ ସଜ ହୋଇ ରଜ ପାଳିଥିଲା କୁନି ଝିଅ ସୁଶ୍ରୀ ତେଜସ୍ୱିନୀ ସୁବୁଦ୍ଧି ।

ଆମେ କହୁଛୁ କଣ୍ଟାବାଡ ସ୍ପର୍ଶ କୋଭିଡ ହସ୍ପିଟାଲର କଥା। ଯେଉଁଠି ତେଜସ୍ୱିନୀ ରଜରେ କେକ କାଟି ଦୋଳିରେ ଝୁଲି ରଜ ପଳେଇଥିଲେ । ଆଉ ଏହି ରଜ ପାଳନ ସମ୍ଭବ ହୋଇପାରିଥିଲା ଅଭିନେତା ସବ୍ୟସାଚୀ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ।

କାରଣ କୁନି ଝିଅର ଖୁସିକୁ ନେଇ ସବ୍ୟସାଚୀ ଅଚାନକ ହସ୍ପିଟାଲରେ ପହଞ୍ଚିଥିଲେ । ଏହାକୁ ହସ୍ପିଟାଲ କତ୍ତୃପକ୍ଷ ଆୟୋଜନ କରିଥିବା ବେଳେ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା ହୋଇଥିଲା । ଆଉ ପରିବାରର ସମସ୍ତେ ମିଶି ରଜ ପାଳନ କରିଥିଲେ । ଏହାକୁ ନେଇ ହସ୍ପିଟାଲ ଡାକ୍ତର କୁହନ୍ତି, ରୋଗୀଙ୍କୁ ଖାଲି ଚିକିତ୍ସା ନୁହେଁ ମାନସିକ ସ୍ତରରେ ଖୁସି ହେବାର ବି ଆବଶ୍ୟକ ରହିଛି । ତେଣୁ ସେମାନେ ଏଇଭଳି କରିଥିବା କହିଥିଲେ ।

ଯାହାକୁ ନେଇ ପ୍ରଶାନ୍ତଙ୍କ ପରିବାର ସମେତ ସମସ୍ତେ ବେଶ ଖୁସି ମନାଇଥିଲେ । ଏଠାରେ ସୂଚନା ଥାଉକି ଗତ ୮ ତାରିଖରୁ ଭୁବନେଶ୍ୱରର ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କ ପୁରା ପରିବାର କରୋନା ସଂକ୍ରମଣ ହୋଇ ଚିକିତ୍ସିତ ହେଉଛନ୍ତି । କାରଣ, ସମ୍ପୂର୍ଣ୍ଣ ପରିବାର ସଂକ୍ରମଣ ହୋଇଥିବାରୁ ଆଉ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସବ୍ୟସାଚୀଙ୍କ ସହାୟତାରେ ହିଁ ସେମାନେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.