ETV Bharat / city

ବାଟବଣା ମୌସୁମୀ: ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠୁ କମ ବର୍ଷା

author img

By

Published : Jul 2, 2021, 3:33 PM IST

୧ ଜୁନରୁ ୨ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୯୩.୭ ମି.ମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୩୫.୬ ମି.ମି ଠାରୁ ୧୮ ପ୍ରତିଶତ କମ ରହିଛି । ଅଧିକ ପଢନ୍ତୁ...

ବାଟବଣା ମୌସୁମୀ: ବିଭିନ୍ନ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ଅନୁଭୂତ

ଭୁବନେଶ୍ବର: ୧ ଜୁନରୁ ୨ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୯୩.୭ ମି.ମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୩୫.୬ ମି.ମି ଠାରୁ ୧୮ ପ୍ରତିଶତ କମ ରହିଛି ।

୧ ଜୁନରୁ ୨ ଜୁଲାଇ ମଧ୍ୟରେ ୧୪ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, ଅନୁଗୁଳ, ଦେବଗଡ, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ଵାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।

୩ ଜିଲ୍ଲା ପୁରୀ, କେନ୍ଦ୍ରାପଡା ଏବଂ କୋରାପୁଟ ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।ଆଜି (ଶୁକ୍ରବାର) ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୯୮.୪ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୧୦୩.୧ ମି.ମି ବର୍ଷା ରେକର୍ଡ ହୋଇଛି ।ଆଜି ସୁଦ୍ଧା ସ୍ୱାଭାବିକ ବର୍ଷା ଠାରୁ ଭଦ୍ରକ ଜିଲ୍ଲାରେ ୫୪%, ଗଜପତି ୪୯%, କେନ୍ଦୁଝର ୪୪%, ଯାଜପୁର ୪୩% ଏବଂ ଗଞ୍ଜାମ ଜିଲ୍ଲାରେ ଶତକଡା ୪୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।ସେହିପରି ସ୍ୱାଭାବିକ ବର୍ଷା ଠାରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୦%, ପୁରୀ ଜିଲ୍ଲାରେ ୨୩% ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୨୧% ଅଧିକ ବର୍ଷା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୦୮.୬ ମି.ମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.