ETV Bharat / city

5 ଜିଲ୍ଲାରେ ବର୍ଷା ସମ୍ଭାବନା - 5 ଜିଲ୍ଲାରେ ବର୍ଷା ସମ୍ଭାବନା

ଏଥର ସମୟରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସଂକେତ ଦେଖାଦେଇଛି । ଅଧିକ ପଢନ୍ତୁ...

5 ଜିଲ୍ଲାରେ ବର୍ଷା ସମ୍ଭାବନା
5 ଜିଲ୍ଲାରେ ବର୍ଷା ସମ୍ଭାବନା
author img

By

Published : May 27, 2021, 11:01 PM IST

ଭୁବନେଶ୍ବର: ଏଥର ସମୟରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସଂକେତ ଦେଖାଦେଇଛି । ମଇ ୩୧ରେ କେରଳ ଛୁଇଁବାର ସମ୍ଭାବନା ଦେଖାଦେଇଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

5 ଜିଲ୍ଲାରେ ବର୍ଷା ସମ୍ଭାବନା

ବାତ୍ୟା ୟାସ କ୍ରମଶଃ ଦୁର୍ବଳ ହୋଇ ଝାରଖଣ୍ଡ ଅଭିମୁଖେ ଚାଲି ଯାଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପବନର ବେଗ ୪୦ ରୁ ୫୦ କି.ମି ରହିବ । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଏପରିକି କିଛି ସ୍ଥାନରେ ୨୦ ସେ.ମିରୁ ଊର୍ଦ୍ଧ୍ବ ବର୍ଷା ରେକର୍ଡ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ନୟନାରେ ସର୍ବାଧିକ ୨୭୮.୬ ମି.ମି ବର୍ଷା ହୋଇଛି । କେନ୍ଦୁଝର ଯୋଡ଼ାରେ ୨୬୮.୬ ମି.ମି, ଜଶିପୁରରେ ୨୫୪.୮ ମି.ମି ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.