ETV Bharat / city

ଘଣ୍ଟାଏ ବର୍ଷାରେ ବେହାଲ ରାଜଧାନୀ ଅବସ୍ଥା

ରାଜଧାନୀର ଭୁବନେଶ୍ବରରେ ଘଣ୍ଟାଏ ବର୍ଷାରେ ଅବସ୍ଥା ବେହାଲ । ମହାନଗର ନିଗମର ଅନେକ ତଳିଆ ଅଞ୍ଚଳରେ ଯଥା ବମିଖାଲ ,ରସୁଲଗଡ ,୮ନମ୍ବର ,ଏବଂ ରାଜମହଲ ଅଞ୍ଚଳରେ ଜଳମଗ୍ନ ହୋଇପଡିଛି । ଅଧିକ ପଢନ୍ତୁ...

author img

By

Published : Jul 5, 2020, 6:13 PM IST

Updated : Jul 5, 2020, 8:43 PM IST

ଘଣ୍ଟାଏ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ
ଘଣ୍ଟାଏ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ

ଭୁବନେଶ୍ବର:ରାଜଧାନୀର ଅସରାଏ ବର୍ଷାରେ ଜଳମଗ୍ନ । ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଭୁବନେଶ୍ବରରେ ଘଣ୍ଟାଏ ବର୍ଷାରେ ଅନେକ ଅଞ୍ଚଳ ଜଳରେ ପରିପୂର୍ଣ୍ଣ ହୋଇପଡୁଛି ।

ଘଣ୍ଟାଏ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ

ଭୁବନେଶ୍ବର ମହାନଗର ନିଗମର ଅନେକ ତଳିଆ ଅଞ୍ଚଳରେ ଯଥା ବମିଖାଲ ,ରସୁଲଗଡ ,୮ନମ୍ବର ,ଏବଂ ରାଜମହଲ ଅଞ୍ଚଳରେ ଜଳମଗ୍ନ ହୋଇପଡିଛି । ବମିଖାଲର ଓଭର ବ୍ରିଜ୍ ତଳେ ଥିବା ମୁଖ୍ୟ ରାସ୍ତାରେ ପାଣି ଜମିରହିଥିବା ବେଳେ ଗାଡି ମଟର ଯିବାରେ ଅସୁବିଧା ହେଉଛି । ସାଧାରଣତଃ ଏହି ରାସ୍ତାଗୁଡିକ ଉପରେ ସବୁବେଳେ ନର୍ଭର କରୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରଜଧାନୀର କିଛି ଦୋକାନରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଡ୍ରେନେଜ ସମସ୍ୟା ଯୋଗୁଁ ବାରମ୍ବାର ବର୍ଷା ସମୟରେ ଲୋକଙ୍କୁ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

Last Updated : Jul 5, 2020, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.