ଭୁବନେଶ୍ବର: ପ୍ରବଳ ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ମିଳିଛି ତ୍ରାହି । ଆଜି ବର୍ଷା ହେବା ଫଳରେ ସହରର ତାପମାତ୍ରା କମିଯାଇଛି । ରାଜଧାନୀରେ ଆଜି ଲଗାତାର ବର୍ଷା ହେଉଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ମୌସୁମୀ ସକ୍ରିୟ କାରଣରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ମରୁଡି ଆଶଙ୍କା ଦେଖାଯାଇଥିବାବେଳେ ଏହି ବର୍ଷା ଚାଷୀଙ୍କୁ ସାମାନ୍ୟ ଆଶ୍ବାସନା ଆଣି ଦେଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ