ଭୁବନେଶ୍ବର: ଜୁନ୍ ମାସ ଅଧା ହେବାକୁ ଆସିଲାଣି କିନ୍ତୁ ଏପର୍ଯ୍ୟନ୍ତ ମୌସୁମୀ ଓଡିଶା ଛୁଇଁନାହିଁ । ଏପଟେ ପ୍ରବଳ ଗରମ ହେତୁ ଓଡିଶାବାସୀ ମୌସୁମୀ ବର୍ଷା ଆସିବାକୁ ଅପେକ୍ଷା କରିଥିବା ବେଳେ ଆଉ 2 ଦିନରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ସୋମବାର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ସାମୁଦ୍ରିକ ଝଡ଼ ‘‘ବାୟୁ’’ ଯୋଗୁ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହେଉଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ମୁଖ୍ୟ ସୋମବାର ସୂଚନା ଦେଇଛନ୍ତି। ତେବେ ଗତ 5 ବର୍ଷର ରେକର୍ଡକୁ ଯଦି ଦେଖାଯାଏ 2018 ମସିହାରେ 8ଜୁନରେ ମୌସୁମୀ ଓଡିଶା ଛୁଇଁଥିଲା । ସେହିପରେ 2017 ରେ 12 ଜୁନ୍, 2016ରେ 17 ଜୁନ୍, 2015ରେ 13 ଜୁନ୍, 2014ରେ 18 ଜୁନ୍ ରେ ମୌସୁମୀ ଓଡ଼ିଶା ଛୁଇଁଥିବାର ରିପୋର୍ଟ ରହିଛି।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ , ଇଟିଭି ଭାରତ