ଭୁବନେଶ୍ବର: କୋରୋନାକୁ ନେଇ ଚିନ୍ତିତ ରହିଛି ସାରା ଦେଶ । ଭାଇରସର ମୁକାବିଲା ପାଇଁ ସମସ୍ତ ପ୍ରକାରର ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ରେଳ ବୋର୍ଡ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆସନ୍ତା 31 ତାରିଖ ରାତି 12ଟା ଯାଏଁ ଦେଶର ସବୁ ଯାତ୍ରୀବାହୀ ଟ୍ରେନ ବାତିଲ କରିଦିଆଯାଇଛି ।
ସବୁ ଏକ୍ସପ୍ରେସ, ମେଲ୍, ପ୍ରିମିଅମ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍ ବାତିଲକୁ ମାର୍ଚ୍ଚ 31 ରାତି 12ଟା ଯାଏଁ ବାତିଲ କରାଯାଇଛି। ରବିବାର ଭୋର ୪ଟା ପୂର୍ବରୁ ଛାଡ଼ିଥିବା ସବୁ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଯାଏ ଚାଲିବ । ଏହାଛଡା ମାର୍ଚ୍ଚ ୩୧ ଯାଏଁ କେବଳ ମାଲବାହୀ ଟ୍ରେନ୍ ଚଳାଚଳ କରିବା ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଅତି ଜରୁରୀ ହେଲେ ରବିବାର ରାତି ୧୨ଟା ଯାଏଁ କେବଳ ମେଟ୍ରୋ ଟ୍ରେନ୍ ଚାଲିବ । ବାତିଲ ହୋଇଥିବା ସବୁ ଟ୍ରେନ୍ର ଟିକେଟ ଅର୍ଥ ସଂପୂର୍ଣ୍ଣ ଭାବେ ଫେରସ୍ତ ହେବ। ଜୁନ୍ ୨୧ ଯାଏଁ ଯାତ୍ରୀମାନେ ଟିକେଟ ଅର୍ଥ ଫେରସ୍ତ ନେଇପାରିବେ ବୋଲି କୁହାଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ