ETV Bharat / city

ପୁରୀ-ଭୁବନେଶ୍ବର ରେଲୱେ ଷ୍ଟେସନ ପରିଦର୍ଶନ କଲେ ରେଲୱେ ବୋର୍ଡ ଚେୟାରମ୍ୟାନ

ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବାକୁ ଥିବା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ସ୍ବାକ୍ଷର ହେବ । ଏଥିପାଇଁ ଚଳିତବର୍ଷ ବଜେଟରେ ଓଡିଶା ପାଇଁ 6 ହଜାର କୋଟି ଟଙ୍କାର ଆଲୋକେସନ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 14, 2019, 7:10 PM IST

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲୱେ ଏବଂ ଓଡିଶା ଭାରତୀୟ ରେଲବାଇ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ମାଲ ପରିବହନ କ୍ଷେତ୍ରରେ ଓଡ଼ିଶାର ଅବଦାନ ସାରା ଦେଶରେ ଉଲ୍ଲେଖଯୋଗ୍ୟ । ଚଳିତ ବର୍ଷ ଏହି କ୍ଷେତ୍ରରେ 2 ଶହ ମିଲିୟନର ଲକ୍ଷ୍ୟ ରଖାଯାଇଛି । ଏ ସମ୍ପର୍କରେ ପୁରୀ ଓ ଭୁବନେଶ୍ବର ରେଲୱେ ଷ୍ଟେସନ ପରିଦର୍ଶନରେ ଆସିଥିବା ରେଲୱେ ବୋର୍ଡ ଚେୟାରମ୍ୟାନ ବିନୋଦ କୁମାର ଯାଦବ କହିଛନ୍ତି ।

ଓଡ଼ିଶାରେ ରେଲୱେର ଆନୁସଙ୍ଗିକ ବିକାଶ ଓ ଅଧା ରହିଥିବା ପ୍ରକଳ୍ପକୁ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରି କାର୍ଯ୍ୟ କରାଯାଉଛି । ଯେଉଁକାରଣରୁ ଚଳିତବର୍ଷ ବଜେଟରେ ଓଡିଶା ପାଇଁ 6 ହଜାର କୋଟି ଟଙ୍କାର ଅନୁଦାନ ହୋଇଥିବା ସେ କହିଛନ୍ତି । ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଥିବା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ସ୍ବାକ୍ଷର ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫଳରେ ଷ୍ଟେସନର ମୁଖ୍ୟ ବିଲ୍ଡିଂ ସମେତ 2ଟି ନୂଆ ପ୍ଲାଟଫର୍ମର ବିକାଶ ହେବ । ଏଥିସହିତ ଦ୍ଵିତୀୟ ପ୍ରବେଶ ପଥର ବିକାଶ ପାଇଁ ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଯାଦବ କହିଛନ୍ତି । ବର୍ତ୍ତମାନର ସରକାର ରେଳ ଭିତ୍ତିଭୂମିର ବିକାଶ ସହିତ ଯାତ୍ରୀଙ୍କ ସୁବିଧା ଉପରେ ଫୋକସ୍ ରଖିଛନ୍ତି । ଆଉ ସେଥିପାଇଁ ଅର୍ଥ ପ୍ରତିବନ୍ଧକ ମଧ୍ୟ ନାହିଁ । କିନ୍ତୁ ବିଭିନ୍ନ ଜଙ୍ଗଲ ଓ ଜମି ହସ୍ତାନ୍ତର ବିବାଦ କାର୍ଯ୍ୟକୁ ବିଳମ୍ବିତ କରୁଥିବା ସେ ଖୋଦ୍ ସ୍ୱୀକାର କରିଛନ୍ତି ।

ତେବେ ରବିବାର ରେଲୱେ ଷ୍ଟେସନ ପରିଦର୍ଶନ ଅବସରରେ ଯାଦବ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ସବୁ ଲୋକମଟିଭ ଟ୍ରେନରେ ଆରଟିଆଇଏସ (Real Time Information System) ବ୍ୟବସ୍ଥା ଲାଗିବ । ଯାହାଫଳରେ ସବୁ ଟ୍ରେନରେ ଜିପିଆରଏସ ଲାଗିବ ଏବଂ ଟ୍ରେନର ଗତିବିଧିକୁ ଇସ୍ରୋର ସାଟେଲାଇଟ ମାଧ୍ୟମରେ ନିୟନ୍ତ୍ରଣ କରାଯିବ । ଖାଲି ସେତିକି ନୁହେଁ ଏହାଦ୍ବାରା ଟ୍ରେନର ଗତି ବିଧି ସମ୍ପର୍କରେ ପ୍ରତି 30 ସେକେଣ୍ଡରେ କଣ୍ଟ୍ରୋଲ ରୁମକୁ ସୂଚନା ମିଳିପାରିବ ।

ଏହାବ୍ୟତୀତ ଯାତ୍ରୀଙ୍କୁ ନିଜ ମନମୁତାବକ ଖାଦ୍ୟ ଖାଇବାର ସୁଯୋଗ ଦେବା ପାଇଁ ରେଲୱେ ପକ୍ଷରୁ ଇ-କ୍ୟାଟରିଂ ବ୍ୟବସ୍ଥାକୁ ଆସନ୍ତା 6 ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ କହିଛନ୍ତି । ଏହି ଇ-କ୍ୟାଟିରିଂରେ ଫାଷ୍ଟ ଫୁଡ଼ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସିଦ୍ଧ ରେସ୍ତୋରାଣ୍ଟର ସ୍ୱାଦିଷ୍ଟ ଖାଦ୍ୟ ମଜ଼ା ନେଇପାରିବେ ଯାତ୍ରୀ । ଏଥିସହିତ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶର ସବୁ ଷ୍ଟେସନକୁ ୱାଇଫାଇ ସଂଯୁକ୍ତ କରାଯିବା ସହ ମୁଖ୍ୟ ଷ୍ଟେସନ ଏବଂ କେତେକ ଟ୍ରେନରେ ସିସିଟିଭି ଲଗାଯିବାର ବ୍ୟବସ୍ଥା ହେଉଥିବା କହିଛନ୍ତି ।

କଟକ-ଭୁବନେଶ୍ବର ମଧ୍ୟରେ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବି ହେଉଥିବାରୁ ଏହି ଲାଇନ ଗୁଡିକରେ ବାଇପାସ ଜରିଆରେ ମାଲବାହୀ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି । ଯାହାଫଳରେ ଅଧିକ ପାସେଞ୍ଜର ଟ୍ରେନରେ ଯାତାୟତ କରିପାରିବ । ବାତ୍ୟା 'ଫନି' ପରେ ପୁରୀ ଓ ଭୁବନେଶ୍ୱର ଷ୍ଟେସନର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଅଧିକାରୀଙ୍କୁ ସାବସୀ ଦେବା ସହିତ ଆଗାମୀ ଦିନରେ ଏହି ଦୁଇ ଷ୍ଟେସନର ପୁନଃନିର୍ମାଣ କରି ମଡେଲ ଷ୍ଟେସନ ରୂପ ଦିଆଯିବ ବୋଲି ସେ କହିଛନ୍ତି ।

ତେବେ ଆଜିର ଏହି ପରିଦର୍ଶନ ସମୟରେ ଇଷ୍ଟକଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.