ETV Bharat / city

ରେଳ ବଜେଟକୁ ନେଇ ରାଜନୀତି; ଗର୍ଜିଲେ ମନ୍ତ୍ରୀ, ଦ୍ବନ୍ଦ୍ବରେ ବିଜେଡି - rail budget politics in odisha

ରେଳ ବଜେଟକୁ ନେଇ ରାଜନୀତି । ବିଜେପି ପ୍ରଶଂସା କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି । ଆଉ ବିଜେଡି ମାପିଚୁପି ମନ୍ତବ୍ୟ ଦେଇଛି । ଅଧିକ ପଢନ୍ତୁ...

rail budget politics in odisha
ରେଳବଜେଟକୁ ନେଇ ରାଜନୀତି; ଗର୍ଜିଲେ ମନ୍ତ୍ରୀ, ଦ୍ବନ୍ଦରେ ବିଜେଡି
author img

By

Published : Feb 6, 2020, 8:59 PM IST

ଭୁବନେଶ୍ବର: ରେଳ ବଜେଟକୁ ନେଇ ପଲିଟିକ୍ସ । ଗୋଟେ ପଟେ ବଜେଟକୁ ବିଜେପି ପ୍ରଶଂସା କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି । ଆଉ ବିଜେଡି ମାପିଚୁପି ମନ୍ତବ୍ୟ ଦେଇଛି । ଏପରି ସ୍ଥିତିରେ ବଜେଟକୁ ନୈରାଶ୍ୟଜନକ କହି ଚର୍ଚ୍ଚାରେ ଆସିଛନ୍ତି ପରିବହନ ମନ୍ତ୍ରୀ । ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେଡି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।

ରେଳବଜେଟକୁ ନେଇ ରାଜନୀତି; ଗର୍ଜିଲେ ମନ୍ତ୍ରୀ, ଦ୍ବନ୍ଦରେ ବିଜେଡି

ଏନେଇ ଦଳର ମୁଖପାତ୍ର ସସ୍ମିତ ପାତ୍ର ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । ଓଡିଶାକୁ ରେଳ ବଜେଟରେ କମ ଅର୍ଥ ମିଳିବା ନିହାତି ଭାବରେ ଉଦବେଗର ବିଷୟ । ରାଜ୍ୟ ସର୍ବାଧିକ ରାଜସ୍ବ ଦେଉଥିବା ସତ୍ତ୍ବେ ରେଳ ସଂଯୋଗ କ୍ଷେତ୍ରରେ ଓଡିଶା ଏବେବି ପଛୁଆ ରାଜ୍ୟ । ଗୋପାଳପୁର ସମ୍ବଲପୁର ଲାଇନକୁ ଦଳ ସ୍ବାଗତ କରୁଛି । ଯଦି ଏହା ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୁଏ ତେବେ ଏହା ଅର୍ଥନୀତି ଅଭିବୃଦ୍ଧି ପାଇଁ ସହାୟକ ହେବ । ରାଜ୍ୟ ଦେଇଥିବା ପ୍ରସ୍ତାବ ମଧ୍ୟରୁ ଗୋଟିଏ ବି ନୂଆ ପ୍ରକଳ୍ପ ଘୋଷଣା ହେଲା ନାହିଁ ।

ପୁରୀ, କୋଣାର୍କ, ବରଗଡ଼, ନୂଆପଡା, ଯାଜପୁର, ଆରଡ଼ି ଧାମରା, ଚକୁଳିଆ ବୁରାମରା, ଗୁଣୁପୁର ଠେରୁବାଲି ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲା ରାଜ୍ୟ । ଅନ୍ୟପଟେ ଅଧିକ ତେଜସ ଟ୍ରେନ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ । ତୁରନ୍ତ ପ୍ରକଳ୍ପ ଶେଷ କରିବା ସହିତ ସଠିକ ସମୟରେ ବ୍ୟୟ କରିବା ଉପରେ ରେଳବାଇ ଧ୍ୟାନ ଦେବା ଉଚିତ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ସେପଟେ କଂଗ୍ରେସ ରେଳ ବଜେଟକୁ ସମାଲୋଚନା କରିଛି । ଅଧିକ ରାଜସ୍ବ ନେଉଛି ଦେଲାବେଳକୁ ଏତେ କଷ୍ଟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟ । ଏହା ଓଡିଶା ପାଇଁ ଚରମ ଅବହେଳା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି କହିଛି ଗତବର୍ଷ ତୁଳନାରେ ଓଡିଶାକୁ ଅଧିକ ଅର୍ଥ ମିଳିଛି । ରାଜ୍ୟ ସରକାରଙ୍କ ପାଇଁ ପ୍ରକଳ୍ପ ଗୁଡିକ ବିଳମ୍ବ ହେଉଛି । ଏପରିକି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି ବୋଲି କହିଛନ୍ତି ଦଳର ମୁଖପାତ୍ର ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:k

Body:k

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.