ETV Bharat / city

ମଇ ପହିଲାରୁ ରାଜ୍ୟରେ ଖୋଲିବ ରବିଧାନ ସଂଗ୍ରହ ମଣ୍ଡି, ୧୭ ଜିଲ୍ଲାରୁ ହେବ ରବିଧାନ ସଂଗ୍ରହ

ଆସନ୍ତା ମାସ ୧ ତାରିଖରୁ ରବିଧାନ ସଂଗ୍ରହ ପାଇଁ ଖୋଲିବ ମଣ୍ଡି । ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ବର୍ଷ ହେବ ରବିଧାନ ସଂଗ୍ରହ କାର୍ଯ୍ୟ । ଅଧିକ ପଢନ୍ତୁ

author img

By

Published : Apr 12, 2022, 9:41 PM IST

ମଇ ପହିଲାରୁ ରାଜ୍ୟରେ ଖୋଲିବ ରବିଧାନ ସଂଗ୍ରହ ମଣ୍ଡି, ୧୭ଟି ଜିଲ୍ଲାରୁ ହେବା ରବିଧାନ ସଂଗ୍ରହ

ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ରବିଧାନ ସଂଗ୍ରହ ପାଇଁ ଖୋଲିବ ମଣ୍ଡି । ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ବର୍ଷ ହେବ ରବିଧାନ ସଂଗ୍ରହ କାର୍ଯ୍ୟ । ଏଥିସହ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେଭଳି କୌଣସି ମଣ୍ଡିରେ ପ୍ରବେଶ ନ କରି ପାରିବ, ଏଥିପ୍ରତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେହିପରି ଏହି ସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡିରେ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ରବିଧାନ ବିକ୍ରି କରିବେ । ଏହା ସହ ସେମାନେ ସର୍ବନିମ୍ନ ସହାୟକ ମୂଲ୍ୟର(MSP) ଲାଭ ପାଇ ପାରିବେ । ଏଥିପାଇଁ କ୍ଷେତ୍ର ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଜିଲ୍ଲା ଓ ସବଡିଭିଜନ ସ୍ତରରେ ସ୍ଵତନ୍ତ୍ର ସ୍କାଡ୍ ଗଠନ କରାଯାଇ ନିୟମିତ ଯାଞ୍ଚ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । ଏଥିସହ ଅନଧିକୃତ ଧାନ ଚାଲାଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ କଡ଼ାକଡ଼ି ଭାବେ ଗ୍ରହଣ କରିବା ଲାଗି ଅନୁରୋଧ କରାଯାଇଛି ।

ଏତଦ୍‌ବ୍ୟତିତ୍‌ ଚଳିତ ରବିଧାନ କେବଳ ୧୭ଟି ଜିଲ୍ଲାର ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ଠାରୁ ପି - ପାସ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ସଂଗ୍ରହ କରାଯିବ । ତେବେ ବାଲେଶ୍ଵର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ରବିଧାନ ସର୍ବନିମ୍ନ ସହାୟକ ମୂଲ୍ୟରେ ସ୍ଥିରୀକୃତ ମଣ୍ଡିରେ ସଂଗ୍ରହ କରାଯିବ । ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଅସାଧୁ ବ୍ୟବସାୟୀ କିମ୍ବା ଲୋକଙ୍କ ଦ୍ଵାରା ଅନଧିକୃତ ଧାନ ମଣ୍ଡିରେ ବିକ୍ରି ହେବାର ଆଶଙ୍କା ରହିଛି ।

ଅନ୍ୟପଟେ ଅନଧିକୃତ ଧାନ ମଣ୍ଡିରେ ବିକ୍ରି ହେବାର ଆଶଙ୍କା ନେଇ ଜିଲ୍ଲାର ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିବାକୁ ବଞ୍ଚିତ ହୋଇପାରନ୍ତି । ଏହି ପରିପ୍ରେକ୍ଷୀରେ ସୀମାନ୍ତରେ ଅବସ୍ଥିତ ଜିଲ୍ଲା ପ୍ରଶାସନ ଦ୍ଵାରା ନିୟମିତ ଓ କଡ଼ାକଡ଼ି ଯାଞ୍ଚ କରି ଅନଧିକୃତ ଧାନ ପ୍ରବେଶକୁ ରୋକିବା ପାଇଁ କୁହାଯାଇଛି । ବେଆଇନ ଧାନ କାରବାରରେ ଲିପ୍ତ ଅସାଧୁ ବ୍ୟବସାୟୀ, ମିଲର ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୌଣସି ଗାଡ଼ି ଅନଧିକୃତ ଧାନ ପରିବହନରେ ବ୍ୟବହୃତ ହେଉଥିବାର ଧରାପଡ଼ିଲେ ସେହି ଗାଡ଼ିକୁ ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ନଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.