ETV Bharat / city

ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁରରେ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ଚଳିତ ରବି ଋତୁ ଧାନ ସଂଗ୍ରହ । କଟନି ଛଟନି, ଟୋକନ ଅବ୍ୟବସ୍ଥା ଆଦି ସମସ୍ୟା ଯେପରି ନହେବେ ସେନେଇ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

author img

By

Published : May 14, 2022, 7:49 AM IST

ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ
ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁର: ଚଳିତ ରବି ଋତୁ ଧାନ ସଂଗ୍ରହ ପାଇଁ ଶୁକ୍ରବାରଠାରୁ ସମ୍ବଲପୁରରେ ଖୋଲିଛି ମଣ୍ତି । ପ୍ରଥମ ଦିନରେ ଜିଲ୍ଲାରେ 11 ଟି ମଣ୍ତି ଖୋଲି ଥିବା ବେଳେ କିଛି ମଣ୍ତିରେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇଛି । ମାନେଶ୍ବର ବ୍ଲକ ଗୁଲୁଣ୍ତା ଠାରେ ନୂତନ ମାର୍କେଟ ୟାର୍ଡ ଉଦଘାଟନ ହେବା ସହ ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରବି ଧାନ ବିକ୍ରି ସମୟରେ କଟନି ଛଟନି, ଟୋକନ ଅବ୍ୟବସ୍ଥା ଆଦି ସମସ୍ୟା ଯେପରି ନହେବେ ସେନେଇ ବୈଠକ ଆଲୋଚନା ହୋଇଥିଲା ।

କିଛି ଚାଷୀଙ୍କ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବା ବେଳେ ଟୋକନ ଆସି ନଥିବାରୁ ଧାନ ବିକ୍ରିରେ ସମସ୍ୟା ଉପୁଜିଥିବା ଜଣା ପଡ଼ିଛି । ସେପଟେ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଚାଷୀଙ୍କ ସହ ଆଲୋଚନା ନକରି ନିଜ ହିସାବରେ ବିଭିନ୍ନ ନିୟମ କରି ଧାନ କିଣିବାରେ ନିଷ୍ପତ୍ତିକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଘଠନ । ତେବେ ଆସନ୍ତା ୧୬ ତାରିଖରେ ଜିଲ୍ଲାର ଅନ୍ୟ ମଣ୍ତି ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ନନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.