ETV Bharat / city

କାମକୁ ନୁହେଁ କ୍ବିଇକ ଆକ୍ସନ, ସୋର୍ସ ପାଉନି ସ୍ପେଶାଲ ସ୍କ୍ବାଡ - ସ୍ପେଶାଲ ସ୍କ୍ବାଡ

ଲୁଟେରା କି ଲୁଟେରାଙ୍କ ଛାଇ ବି ପାଉନି କ୍ବିଇକ ଆକ୍ସନ ଟିମ । ରାଜଧାନୀରେ ଥରହର ମଚାଇଲେଣି ଅପରାଧି । ସବୁ ଦେଖି ବି ଚୁପ ପୋଲିସ କମିଶନର ଓ ପୋଲିସ ଡିଜି । ତେବେ ସମୟ ଆସିଛି ପୋଲିସ କର୍ମଚାରୀ ସ୍ତରରେ ଅଦଳବଦଳ ପାଇଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 1, 2019, 9:20 PM IST

ଭୁବନେଶ୍ବର: ରାଜଧାନୀରେ ଥରହର ମଚାଇଲେଣି ଅପରାଧି । ସବୁ ଦେଖି ବି ଚୁପ ପୋଲିସ କମିଶନର ଓ ପୋଲିସ ଡିଜି । ତେବେ ସମୟ ଆସିଛି ପୋଲିସ କର୍ମଚାରୀ ସ୍ତରରେ ଅଦଳବଦଳ ପାଇଁ । ନିର୍ବାଚନ ପରେ ଭୁବନେଶ୍ବରରେ ନୂଆ ନୂଆ ଅଫିସରଙ୍କୁ ବଦଳି ଆସିବା ପରେ ଅପରାଧିଙ୍କ ଟେର ପାଇବା ମୁସ୍କିଲ ହେଲାଣି । ବିଗତ କିଛି ଦିନ ଧରି ନେଟୱର୍କ ବିଛାଇଥିବା ଅଫିସରକୁ ସହର ବାହାରକୁ ବଦଳି ପରେ ଅପରାଧିଙ୍କ ଗତିବିଧି ଉପରେ ନଜର ରଖୁଥିବା ସୋର୍ସ ଏବେ ଡିଆକ୍ଟିଭ ଅଛନ୍ତି । କାରଣ ନୂଆ ଅଫିସରଙ୍କୁ ଭରସା ପାଉନି । ଆଉ କେତେକ ଛୋଟ ବଡ ଅପରାଧରେ ଗିରଫ ହୋଇଥିବା ଯୋଗୁଁ ପୋଲିସ ପ୍ରତି ସେମାନଙ୍କର ଭୟ ରହୁଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ସେମାନଙ୍କ ବିଶ୍ବାସ ଭାଜନ ହୋଇ ଲୁଟେରାଙ୍କ ସହ ଅପରାଧିଙ୍କ ଖବର ପାଇବା ବି ହେଉଛି ପୋଲିସ ପାଇଁ ମୁସ୍କିଲ। ବାକି ଥାନାରେ ଥିବା ଏଏସଆଇ ବା ଏସଆଇ ବିଧାନସଭା ଯୋଗୁଁ ଡ୍ୟୁଟି ଓ ଲ ଆଣ୍ଡ ଅର୍ଡର ସମ୍ଭାଳିବାରେ ଅପଦସ୍ତ ହେଲେଣି । ତେବେ ଲୁଟେରାଙ୍କ ଉପରେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ବା ସୋର୍ସ ଜରିଆରେ ଇନଫର୍ମେସନ ପାଇବା କମିଶନରେଟ ପୋଲିସ ପାଇଁ ଭାରି ମୁସ୍କିଲ । ଏପରି ସ୍ଥଳେ କ୍ବିଇକ ଆକ୍ସନ ଟିମ ସମ୍ପୂର୍ଣ୍ଣ ବିଫଳ ମାରିଥିବା ବେଳେ ଖାଲି କେତୋଟି ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାରୀଙ୍କୁ ଧରି ବାଃ ବାଃ ନେଉଛି ।

ହେଲେ ଅସଲରେ ଲୁଟେରା କି ଲୁଟେରାଙ୍କ ଛାଇ ବି ପାଉନି କ୍ବିଇକ ଆକ୍ସନ ଟିମ । ଷ୍ଟୁଡେଣ୍ଟ ଲିଡରଙ୍କ ସହ ପୋଲିସ ବୁଝାମଣା ଆରମ୍ଭରୁ ବିଗିଡି ଯାଇଥିବାରୁ ସତେ ଯେପରି ନେଟୱର୍କରେ ପୂର୍ଣ୍ଣଚ୍ଛେଦ ପଡିଛି । କେବଳ କେତେଟି କାଭାଁ ଜିମର ଜିମ ବୟଙ୍କ ସହ ଥାନା ଲେଭଲରେ ସେଟିଂ ଯୋଗୁଁ କିଛି ଖବର ମିଳୁଥିଲେ ମଧ୍ୟ ବଡ ଧରଣର ଲୁଟେରାଙ୍କ ସୁରାକ ପାଉନି ପୋଲିସ । ଏପଟେ ପୁରୁଣା ମେଥଡ ଆପଣାଇଥିବା ସ୍ପେଶାଲ ସ୍କ୍ବାଡର ସୋର୍ସ ଜିରୋ ଯୋଗୁଁ ଏବେ କେବଳ ହାଇ ଟେକନିକ ନମ୍ବର ଟ୍ରାକିଂ ଓ ସେଲଫୋନ ଟ୍ରେସିଂ କରି କିଛି ପାଉନାହାଁନ୍ତି ସ୍ପେଶାଲ ସ୍କ୍ବାଡ ଟିମ।

କାରଣ ଲୁଟେରା ଏବେ ନୂଆ ଟେକନିକରେ ଚଳାଇଛନ୍ତି ସେମାନଙ୍କର ରାତି ଅଧିଆ ଅପରେସନ। ସେପଟେ ପିସିଆର ଭ୍ୟାନର କର୍ମଚାରୀଙ୍କୁ ଲୁଟେରା ହାତରେ ରଖିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଚେକ୍ କରିବାକୁ ସାହାସ ନଥିବା ବେଳେ ପଛଘୁଞ୍ଚା ଦେଉଛନ୍ତି କର୍ମଚାରୀ । ଯାହାକୁ ନେଇ କମିଶନରେଟ ପୋଲିସର ଅସଲ ଦୁର୍ବଳତା ଏବେ ପଦାରେ ପଡିଛି । ନିଜେ ପୋଲିସ କମିଶନର ଓ ଡିସିପି ଏସବୁର କାରଣ ଜାଣି ପାରୁନାହାଁନ୍ତି । ଯାହା ଏବେ କମିଶନରେଟ ପୋଲିସରେ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:କାମକୁ ନୁହଁ କୁଇକ ଆକ୍ସନ,
ସୋର୍ସ ପାଉନି ସ୍ପେଶାଲ ସ୍କ୍ବାର୍ଡBody:

ରାଜଧାନୀରେ ଥରହର ମଚାଇଲେଣି ଅପରାଧି।ସବୁ ଦେଖି ବି ଚୁପ ପୋଲିସ କମିସନର ଓ ପୋଲିସ ଡିଜି। ତେବେ ସମୟ ଆସିଛି ପୋଲିସ କର୍ମଚାରି ସ୍ତରରେ ଅଦଳବଦଳ ପାଇଁ।ଇଲେକ୍ସନ ପରେ ଭୁବନେଶ୍ବରରେ ନୁଆ ନୁଆ ଅଫିସରଙ୍କୁ ବଦଳି ଆସିବା ପରେ ଅପରାଧିଙ୍କ ଟେର ପାଇବା ମୁସ୍କିଲ ହେଲାଣି।ବିଗତ କିଛି ଦିନ ଧରି ନେଟୱର୍କ ବିଛାଇଥିବା ଅଫିସରକୁ ସହର ବାହାରକୁ ବଦଳି ପରେ ଅପରାଧିଙ୍କ ଗତିବିଧି ଉପରେ ନଜର ରଖୁଥିବା ସୋର୍ସ ଏବେ ଡିଆକ୍ଟିଭ ଅଛନ୍ତି। କାରଣ ନୁଆ ଅଫିସରଙ୍କୁ ଭରସା ପାଉନି ।ଆଉ କେତକ ଛୋଟ ବଡ ଅପରାଧରେ ଗିରଫ ହୋଇଥିବା ଯୋଗୁଁ ପୋଲିସ ପ୍ରତି ସେମାନଙ୍କର ଭୟ ରହୁଛି। ତେବେ ସେମାନଙ୍କ ବିଶ୍ବାସ ଭାଜନ ହୋଇ ଲୁଟେରାଙ୍କ ସହ ଅପରାଧିଙ୍କ ଖବର ପାଇବା ବି ହେଉଛି ପୋଲିସ ପାଇଂ ମୁସ୍କିଲ। ବାକି ଥାନାରେ ଥିବା ଏଏସଆଇ ବା ଏସଆଇ ବିଧାନ ସଭା ଯୋଗୁ ଡ୍ଯୁଟି ଓ ଲ ଆଣ୍ଡ ଅର୍ଡର ସମ୍ଭାଳିବାରେ ଅପଦସ୍ତ ହେଲେଣି। ତେବେ ଲୁଟେରାଙ୍କ ଉପରେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ବା ସୋର୍ସ ଜରିଆରେ ଇନଫରମେସନ ପାଇବା କମିସନରେଟ ପୋଲିସ ପାଇଁ ଭାରି ମୁସ୍କିଲ। ଏପରି ସ୍ଥଳେ କୁଇକ ଆକ୍ସନ ଟିମ ସମ୍ପୁର୍ଣ୍ଣ ବିଫଳ ମାରିଥିବା ବେଳେ ଖାଲି କେତୋଟି ଗଂଜେଇ ଓ ବ୍ରାଉନ ସୁଗାର ବେପରାରିଙ୍କୁ ଧରି ବା ବାଃ ନେଉଛି। ହେଲେ ଅସଲରେ ଲୁଟେରା କି ଲୁଟେରା ଙ୍କ ଛାଇ ବି ପାଉନି କୁଇକ ଆକ୍ସନ ଟିମ।ଷ୍ଟୁଡେଣ୍ଟ ଲିଡରଙ୍କ ସହ ପୋଲିସ ବୁଝାମଣା ଆରମ୍ଭରୁ ବିଗିଡି ଯାଇଥିବାରୁ ସତେ ଯେପରି ନେଟୱର୍କରେ ପୁର୍ଣ୍ଣ ଛେଦ ପଡିଛି। କେବଳ କେତେଟି କାଭାଁ ଜିମର ଜିମ ବୟଙ୍କ ସହ ଥାନା ଲେଭଲରେ ସେଟିଂ ଯୋଗୁ କିଛି ଖବର ମିଳୁଥିଲେ ମଧ୍ଯ ଲୁଟେରା ବା ଚିନ୍ଦି ଚୋରଙ୍କ ସୁରାକ ପାଉନି। ଏପଟେ ପୁରୁଣା ମେଥଡ ଆପଣାଇଥିବା ସ୍ପେଶାଲ ସ୍କ୍ବାର୍ଡ ର ସୋର୍ସ ଜିରୋ ଯୋଗୁଁ ଏବେ କେବଳ ହାଇ ଟେକନିକ ନମ୍ବର ଟ୍ରାକିଂ ଓ ସେଲଫୋନ ଟ୍ରେସିଂ କରି କିଛି ପାଉନାହାନ୍ତି ସ୍ପେଶାଲ ସ୍କ୍ବାର୍ଡ ଟିମ। କାରଣ ଲୁଟେରା ଏବେ ନୁଆ ଟେକନିକରେ ଚଳାଇଛନ୍ତି ସେମାନଙ୍କର ରାତି ଅଧିଆ ଅପରେସନ।ସେପଟେ ପିସିଆର ଭ୍ଯାନର କର୍ମଚାରିଙ୍କୁ ଭାଇ କହି ନମସ୍କାରଟେ ପକାଇଲେ ସେମାନଙ୍କ ମନ କୁଣ୍ଢେ ମୋଟ। ଲୁଟେରା କି ଅପରାଧି ଚେକ କରିବାକୁ ସାହାସ କରୁନି। ଆମ ପିଲା କହି ପଛଘୁଂଚା ଦେଉଛନ୍ତି। ଯାହାକୁ ନେଇ କମିସନରେଟ ପୋଲିସର ଅସଲ ଦୁର୍ବଳତା ଏବେ ପଦାରେ ପଡିଛି। ନିଜେ ପୋଲିସ କମିସନର ଓ ଡିସିପି ଏସବୁର କାରଣ ଖୋଜି ବି ପାଇପାରୁନାହାନ୍ତି। ଯାହା ଏବେ କମିସନରେଟ ପୋଲିସରେ ଚର୍ଚା ଚାଲିଛି। ସେପଟେ ଯେଉଁ କିଛି ଅଫିସରଙ୍କ ପୁରୁଣା ଅଭିଗ୍ଯତା ରହିଛି ସେମାନଙ୍କ ଉପରେ ପୁର୍ବରୁ କମିସନରେଟ ପୋଲିସର କିଛି ଅଧିକାରିଙ୍କ କୋପ ଦୃଷ୍ଟି ଯୋଗୁ କିଛି ଏବେ ହେଡ କ୍ବାଟରରେ ଡ୍ଯୁଟି କରୁଛନ୍ତି ତ ଆଉ କିଛି ସବୁ ଜାଣି ବି ଚୁପ ରହୁଛନ୍ତି। ଆଗୁଆ କିଛି କରିଲେ କାଳେ କିଛି ଅସୁବିଧା ହେବ ଉପର ଅଫିସର ବିଗିଡିଯିବେ ସେ ନେଇ ପଛଘଂଚା ଦେଉଛନ୍ତି। ସମୟ ଆସିଛି ଟ୍ଯାଲେଣ୍ଟେଡ ଅଫିସରଙ୍କୁ ଆଗକୁ ଆଣିବାକୁ ପୁରୁଣା ଦାୟିତ୍ବ ଦେଇ ରାଜ୍ଯ ରାଜଧାନୀର ସୁରକ୍ଷା ସ୍ବଭାବିକ ଆଣିବାକୁ।ନ ଚେତ ଚର୍ଚାରେ ଥିବା କମିସନରେଟ ପୋଲିସ ଯେପରି ସାମାନ୍ଯ କିଛି ଅପରାଧିଙ୍କ ପାଇଁ ଅପଦସ୍ତ ନ ହୋଇ ଲୋକଙ୍କ ବିଶ୍ବାସ ନହରାଉ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.