ETV Bharat / city

ଫରେଷ୍ଟ ଚାକିରି ଛାଡ଼ି ବ୍ରାଉନସୁଗାର ବେପାର କରୁଥିଲେ, ଗିରଫ କଲା ପୋଲିସ

author img

By

Published : Feb 16, 2022, 9:09 PM IST

ରାଜଧାନୀରୁ ଧରାପଡ଼ିଲା ହାଇପ୍ରୋଫାଇଲ ବ୍ରାଉନସୁଗାର ପେଡଲର। ଚନ୍ଦକା ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିକୁ କୁଇକ ଆକ୍ସନ ଟିମ ଗିରଫ କରିଥିବା ସୂଚନା ମିଳିଛି। ତେବେ ଗିରଫ ବେଳେ ୪୦ ଗ୍ରାମ ବ୍ରାଉନସୁଗାର ସହ ୬୨ ହଜାର ଟଙ୍କା ଜବତ କରିଛି ପୋଲିସ। ଅଧିକ ପଢ଼ନ୍ତୁ

quick action team arresed brownsugar peddler in bhubaneswar
ଫରେଷ୍ଟ ଚାକିରି ଛାଡ଼ି ବ୍ରାଉନସୁଗାର ବେପାର କରୁଥିଲେ, ଗିରଫ କଲା ପୋଲିସ

ଭୁବନେଶ୍ବର: ରାଜଧାନୀରୁ ଧରାପଡ଼ିଲା ହାଇପ୍ରୋଫାଇଲ ବ୍ରାଉନସୁଗାର ପେଡଲର। ଚନ୍ଦକା ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିକୁ କୁଇକ ଆକ୍ସନ ଟିମ ଗିରଫ କରିଥିବା ସୂଚନା ମିଳିଛି। ତେବେ ଗିରଫ ବେଳେ ୪୦ ଗ୍ରାମ ବ୍ରାଉନସୁଗାର ସହ ୬୨ ହଜାର ଟଙ୍କା ଜବତ କରିଛି ପୋଲିସ।

ଭୁବନେଶ୍ବରରେ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚନ୍ଦକା ଥାନା ଅଞ୍ଚଳରୁ ଶୁକାନ୍ତ ପାଟଶାଣି ନାମକ ବ୍ରାଉନସୁଗାର ପେଡଲରକୁ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତିଠାରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 4ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୬୨ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ସହ ଗୋଟିଏ ବାଇକ ମଧ୍ୟ ପୋଲିସ ପକ୍ଷରୁ ଜବତ କରାଯାଇଛି। ତେବେ ତଦନ୍ତ ବେଳେ ଜଣାପଡ଼ିଛି ପୁର୍ବରୁ ଏକ ଫରେଷ୍ଟ ଡିପାର୍ଟମେଣ୍ଟର କର୍ମଚାରୀ ଥିଲେ। ଏବଂ ଚାକିରି ଛାଡ଼ି ଏଭଳି ବ୍ରାଉନସୁଗାର ବେପାର ଚଳାଇଥିଲେ।

ଦାରୁଠେଙ୍ଗ ଓ ଆଖଟାଖ ଅଞ୍ଚଳରେ ଚତୁରତାର ସହ ବ୍ରାଉନସୁଗାର ଚାଲାଣ କରୁଥିବା ସୂଚନା ମିଳିଛି। ଏପରିକି ବାହାର ରାଜ୍ୟରୁ ବ୍ରାଉନସୁଗାର ଆଣି କିପରି ବିକ୍ରି କରାଯିବ ସେ ନେଇ ନୂଆ ନୂଆ ତରିକା ଆପଣାଇଥିଲେ। ବ୍ରାଉନସୁଗାର କାରବାର ନେଇ ଏକ ପେଡଲରଠୁ କୁଇକ ଆକ୍ସନ ଟିମ ସୁରାକ ପାଇଥିଲା। ଶୁକାନ୍ତ ଏକ ବଡଧରଣର ପରିମାଣର ବ୍ରାଉନସୁଗାର ଆଣିଥିବାର କୁଇକ ଆକ୍ସନ ଟିମ ସୁରାକ ପାଇଥିଲା। ଯାହା ଆଧାରରେ ଶୁକାନ୍ତକୁ ଧରିବାରେ କୁଇକ ଆକ୍ସନ ଟିମ ସଫଳ ହେଲା। ଶୁକାନ୍ତକୁ ଧରିବାବେଳେ ଚନ୍ଦକା ଜଙ୍ଗଲରେ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ହେଲେ ଚନ୍ଦକା ଥାନା ପୋଲିସ ଓ‌ କୁଇକ ଆକ୍ସନ ଟିମ ମିଳିତ ଭାବେ ଚଢ଼ାଉ କରି ତାକୁ ଗିରଫ କରିଥିଲେ। ଏହି ଘଟଣାରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.