ETV Bharat / city

ଗୃହ ସଂଗରୋଧଙ୍କ ପାଇଁ ବଢୁଛି କୋରୋନା: ପୂର୍ବତନ ମୁଖ୍ୟ ଶାସନ ସଚିବ - ଗୃହ ସଂଗରୋଧଙ୍କ ପାଇଁ ବଢୁଛି କୋରୋନା

୨୯ ଏପ୍ରିଲ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୨୯୬ ଥିବାବେଳେ ୩୬,୧୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୯ ଜଣ ମୃତ୍ୟୁବରଣ କରିଥିବାବେଳେ ୬୯୧୩ ଜଣ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅଧିକ ପଢନ୍ତୁ...

ଗୃହ ସଂଗରୋଧଙ୍କ ପାଇଁ ବଢୁଛି କୋରୋନା: ପୂର୍ବତନ ମୁଖ୍ୟ ଶାସନ ସଚିବ

author img

By

Published : May 1, 2021, 9:15 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୯ ଏପ୍ରିଲ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୨୯୬ ଥିବାବେଳେ ୩୬,୧୦୩ ଜଣ ସୁସ୍ଥ ହୋଇଛିନ୍ତି ଏବଂ ୨୫୯ ଜଣ ମୃତ୍ୟୁବରଣ କରିଥିବାବେଳେ ୬୯୧୩ ଜଣ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଗୃହ ସଂଗରୋଧଙ୍କ ପାଇଁ ବଢୁଛି କୋରୋନା: ପୂର୍ବତନ ମୁଖ୍ୟ ଶାସନ ସଚିବ

ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି, ଅର୍ଥାତ ୬୨୦୦ ଆକ୍ରାନ୍ତ ଏବେ ଗୃହ ସଂଗରୋଧରେ ଅଛନ୍ତି । ଦୈନିକ ୨୦୦ରୁ ୨୫୦ ଆକ୍ରାନ୍ତ କୋଭିଡ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଛନ୍ତି । ଏହି ୨୫୦ ଜଣଙ୍କ ମଧ୍ୟରୁ ପାଖାପାଖି ୧୦୦ ଜଣ ଗୃହ ସଂଗରୋଧରୁ ବାହାରୁଥିବାବେଳେ ଅନ୍ୟମାନେ ଚିହ୍ନଟ ହେବା ପରେ ହସ୍ପିଟାଲ ଯାଉଛନ୍ତି । ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଉପରେ ବିଏମସିର କୌଣସି କତ୍ତୃତ୍ୱ ନଥିବା ଯୋଗୁଁ ବୋଧହୁଏ ସଂକ୍ରମଣ ସଂଖ୍ୟା ବଢୁଛି ବୋଲି ଅନୁମାନ କରୁଛନ୍ତି ବରିଷ୍ଠ ନାଗରିକ ।

୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୦୦୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଖାଯାଉଛି ରାଜଧାନୀରେ ଅନେକ ଲୋକ କୋଭିଡ ନିୟମକୁ ବେଖାତିର କରୁଛନ୍ତି । ଫଳରେ ସଂକ୍ରମଣ ଲମ୍ବ ଡିଆଁ ମାରୁଛି । ତେଣୁ ବିଏମସି ବାଧ୍ୟ ହୋଇ ସିଲ କରୁଛି । ଗୃହ ସଂଗରୋଧରେ ଥିବା ଆକ୍ରାନ୍ତ ମନ ଇଚ୍ଛା ବାହାରେ ବୁଲୁଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଯେଉଁଥି ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବା ଅନ୍ୟତମ କାରଣ ହୋଇପାରେ । ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ସମସ୍ତ ବ୍ୟବସ୍ଥା କରୁଛି ବିଏମସି । ସେମାନଙ୍କୁ ଆରଆରଟିଙ୍କ ମାଧ୍ୟମରେ ଚିକିତ୍ସା କରାଯାଉଛି । ୧୯୨୯ କଲ ସେଣ୍ଟର ଦ୍ୱାରା ସମସ୍ତ ଅଭିଯୋଗ ସମାଧାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.