ETV Bharat / city

ଫନି ପରେ ରଥଯାତ୍ରା ଏକ ବଡ ଚ୍ୟାଲେଞ୍ଜ - bhuabaneswar

ଫନି ଯିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ଖାସ କରି ପୁରୀରେ ଆଉ କିଛିଦିନ ପରେ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 28, 2019, 4:47 PM IST

ଭୁବନେଶ୍ବର: ଫନି ଯିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ଖାସ କରି ପୁରୀରେ ଆଉ କିଛିଦିନ ପରେ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ କିପରି ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ ହୋଇପାରିବ, ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

'ଫନି' ଯୋଗୁଁ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପୋଲିସ କର୍ମୀଙ୍କ ରହଣି ନେଇ ସମସ୍ୟା ସୃଷ୍ଟି ହୋଇପାରେ । ଏନେଇ ପୋଲିସ ବାରାକ ସମେତ ସ୍କୁଲ ଓ ହୋଟେଲରେ ଏମାନଙ୍କ ରହଣି ପାଇଁ ପୁନଋଦ୍ଧାର କାର୍ଯ୍ୟର ତ୍ବରାନ୍ବିତ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଯୋଗାଯୋଗ ପାଇଁ ବେତାର ସଂଯୋଗୀକରଣ ବା ଭିଏଚଏଫ ରିପାରେସନ ତ୍ବରାନିତ୍ବ ହେବ । ଯଦ୍ବରା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗର ସମନ୍ବୟ ରହିବ ।

କ୍ରାଉଡ ରେଗୁଲେସନ ବା ଜନଗହଳି ନିୟନ୍ତ୍ରଣ କରାଯିବ । ଏଥିପାଇଁ ରାଜ୍ୟ ପୋଲିସ ଫୋର୍ସ ସହ ସେଣ୍ଟ୍ରାଲ ଆର୍ମ ଫୋର୍ସ ମଧ୍ୟ ନିୟୋଜିତ ହେବା ପାଇଁ ଯୋଜନା ରହିଛି । ପ୍ରତିବର୍ଷ ପରି ୨ କମ୍ପାନୀ ସିଏପିଏଫ ନିୟୋଜନ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ମଗାଯିବ ।

ଭିଭିଆଇପି ଓ ଭିଆଇପିଙ୍କ ଆଗମନ ଦୃଷ୍ଟିରୁ ରହଣି ଓ ଭ୍ରମଣ ନିମନ୍ତେ ସୁବ୍ୟବସ୍ଥିତ ବ୍ୟବସ୍ଥା କରାଯିବ । ପୋଲିସ ଏସକର୍ଟ ସହ ସମସ୍ତ ପ୍ରକାର ସହଯୋଗ ପାଇଁ ବ୍ୟବସ୍ଥା ହେବ ।

ବଡଦାଣ୍ଡ ଓ ବଡଦେଉଳ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ସିସିଟିଭି 'ଫନି'ରେ କ୍ଷୟକ୍ଷତି ହୋଇଛି । ଏସବୁକୁ ନଜରରେ ରଖି ଟେମ୍ପରାରୀ ବା ଅସ୍ଥାୟୀ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯିବ । ଯଦ୍ବାରା ବଡଦାଣ୍ଡରେ ହେବାକୁ ଥିବା ଗହଳି ଉପରେ ନଜର ରଖାଯାଇପାରିବ, ଯାହା ପୋଲିସ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗରେ ରହିବ ।

ଟ୍ରାଫିକ ଓ ପାର୍କିଂ ପରିଚାଳନା ହେବ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ । କାରଣ ଅନେକ ପୁରୁଣା ପାର୍କିଂ ସ୍ଥାନ ଗୁଡିକ 'ଫନି' ଯୋଗୁଁ ପ୍ରଭାବିତ ହୋଇଛି । ଫଳରେ ସେ ସବୁକୁ ତ୍ବରାନିତ ପ୍ରକ୍ରିୟାରେ ସଫେଇ କରାଯାଇ କିପରି ସକ୍ଷମ କରାଯିବ ସେ ନେଇ ଗୁରୁତ୍ବ ଦିଆଯାଇଛି ।

ରେଳ ଯାତ୍ରା ଓ ଅଧିକ ସ୍ବତନ୍ତ୍ର ଟ୍ରେନ ପୁରୀକୁ ଗଡିବା ନେଇ ଯୋଜନା ରହିଛି । ଫଳରେ ରେଳ ଯାତ୍ରା ଓ ଯାତ୍ରୀଙ୍କ ପାଇଁ ଯେପରି ଗମନାଗମନରେ ଅସୁବିଧା ନହୁଏ । ସେନେଇ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ବିଶେଷ ଭାବେ ଧ୍ୟାନ ଦିଆଯିବ ।

ଆତଙ୍କୀ ବା କୌଣସି ପ୍ରକାର ଭୟ ଯେପରି ନ ରୁହେ, ସେନେଇ କାଉଣ୍ଟର ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ବ ଦିଆଯିବ । କୋଷ୍ଟାଲ ସିକ୍ୟୁରିଟି ଉପରେ ସ୍ବତନ୍ତ୍ର ନଜର ରହିବ । ମେରାଇନ ପୋଲିସ ଷ୍ଟେସନ ଓ କୋଷ୍ଟଗାର୍ଡ ସହ କୋଷ୍ଟାଲ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ନୋ ଫ୍ଲାଇଂଜୋନ ଉପରେ ଗୁରୁତ୍ବ ଦିଆଯିବ । ସୁରକ୍ଷା ଦୃଷ୍ଟିରୁ କେବଳ ପୋଲିସ ପକ୍ଷରୁ ଡ୍ରୋନର ବ୍ୟବହାର କରାଯିବ । ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା । ଏ ନେଇ ସମସ୍ତ ପ୍ରକାର ଦିଗ ଉପରେ ପୋଲିସ ଡିଜି କ୍ୟାମ୍ପ ଅଫିସରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ଫନି ପାଇଁ ପୋଲିସକୁ ଚ୍ଯାଲେଂଜ ରଥଯାତ୍ରା ପରିଚାଳନା 

ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପୋଲିସ ପାଇଁ ହେବ ବଡ ଚ୍ଯାଲେଂଜ ।
୧-ଫନି  ଯୋଗୁ ପୁରୀ ରେ ବ୍ଯାପକ ଖୟଖଦି ନେଇ ପୋଲିସ ଆକମୋର୍ଡେସନରେ ସୃଷ୍ଟି ହୋଇପାରେ ସମସ୍ଯା । ଏନେଇ ପୋଲିସ ବାରାକ ସମେତ ସ୍କୁଲ ଓ ହୋଟେଲରେ ଏମାନଙ୍କ ରହଣି ପାଇଁ ତ୍ବରାନିତ ହେବ ପୁନର୍ଦ୍ଧାର କାର୍ଯ।
୨-ଯୋଗଯୋଗ ପାଇଁ ବେତାର ସଂଯୋଗିକରଣ ବା ଭିଏଚଏଫ ରିପାରେସନ ହେବ ତ୍ବରାନିତ୍ବ। ଯା ଦ୍ବରା ପୋଲିସ କର୍ମଚାରିଙ୍କ ମଧ୍ଯରେ ଯୋଗାଯୋଗ ର ସମନ୍ବୟ ରହିବ।
୩-କ୍ରାଉଡ ରେଗୁଲେସନ। ବା ଜନଗହଳି ନିୟନ୍ତ୍ରଣ।ଏଥିପାଇଁ ରାଜ୍ଯ ପୋଲିସ ଫୋର୍ସ ସହ ସେଣ୍ଟ୍ରାଲ ଆର୍ମ ଫୋର୍ସ ମଧ୍ଯ ନିୟୋଜିତ ପାଇଁ ଯୋଜନା ରହିଛି। ପ୍ରତିବର୍ଷ ପରି ୨ କମ୍ପାନି ସିଏପିଏଫ ନିୟୋଜନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ମଗାଯିବ।
୪-ଭିଭିଆପି ଓଭିଆପିଙ୍କ ଆଗମନ ଦୃଷ୍ଟିରୁ ରହଣି ଓ ଭ୍ରମଣ ନିମନ୍ତେ ସୁବ୍ଯବସ୍ଥିତ ବ୍ଯବସ୍ଥା କରାଯିବ।ପୋଲିସ ଏସକର୍ଟ ସହ ସମସ୍ତ ପ୍ରକାର ସହଯୋଗ ପାଇଁ ସୁବିଧା ପାଇଁ ବ୍ଯବସ୍ଥା ହେବ।
୫-ବଡଦାଣ୍ଡଓ ବଡଦେଉଳ ସୂରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ସିସିଟିଭି ଫନି ରେ ଖୟଖତି ହୋଇଛି। ଏସବୁକୁ ନଜରରେ ରଖି ଟେମ୍ପରାରି ସିସିଟିଭି ଲଗାଇବାର ବ୍ଯବସ୍ଥା କରାଯିବ। ଯାଦ୍ବାରା ବଡଦାଣ୍ଡରେ ହେବାକୁ ଥିବା ଗହଳି ଉପରେ ନଜର ରଖାଯାଇପାରିବ ଯାହା ପୋଲିସ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗରେ ରହିବ।
୬-ଟ୍ରାଫିକ ଓ ପାର୍କି  ପରିଚାଳନା ହେବ ବଡ ଚ୍ଯାଲେଂଜ। କାରଣ ଅନେକ ପୁର୍ବତନ ପାର୍କି ସ୍ଥାନ ମାନଙ୍କରେ ଫନି ଯୋଗୁ ପ୍ରଭାବିତ ହୋଇଛି। ଫଳରେ ସେସବୁକୁ ତ୍ବରାନିତ ପ୍ରକ୍ରିୟାରେ ସଫେଇ କରାଯାଇ କିପରି ସକ୍ଷମ କରାସିବ ସେନେଇ ଗୁରୁତ୍ବ ଦିଆଯାଇଛି।
୭-ରେଳ ଯାତ୍ରା ଓ ଅଧିକ ସ୍ବତନ୍ତ୍ର ଟ୍ରେନ ପୁରିକୁ ବ୍ଯବସ୍ଥା ପାଇଁ ଯୋଜନା ରହିଛି। ଫଳରେ ରେଳ ଯାତ୍ରା ଓ ଯାତ୍ରୀଙ୍କ ପାଇଁ ଯେପରି ଗମନାଗମନରେ ଅସୁବିଧା ନହୁଏ। ସେନେଇ ଷ୍ଟେସନ ଓ ପାର୍ଶ ଅଂତଳରେ ଧ୍ଯାନ ଦିଆଯିବ।
୮-ଆତଙ୍କି ବା କୌଣସି ପ୍ରକାର ଭୟ ଯେପରି ନ ରୁହେ। ସେନେଇ କାଉଣ୍ଟର ଇଣ୍ଟେଲିଜେନସ ଉପରେ ଗୁରୁତ୍ବ ଦିଆଯିବ।କୋଷ୍ଟାଲ ସିକୁରିଟି ଉପରେ ସ୍ବତନ୍ତ୍ର ନଜର ରହିବ।ମେରାଇନ ପୋଲିସ ଷ୍ଟେସନ ଓ କୋଷ୍ଟଗାର୍ଡ ସହ କୋଷ୍ଟାଲ ଅଂଚଳ ଉପରେ ବିଶେଷ ଧ୍ଯାନ ରହିବ।
୯-ଶାନ୍ତିପୁର୍ଣ୍ଣ ରଥଯାତ୍ରା ପାଇଁ ବିଶେଷ ଧ୍ଯାନଦିଆଯିବା ସହ ଲୋ ଫ୍ଲାଇଁଜୋନ ଗୁରୁତ୍ବ ଦିଆଯିବ।ସୁରକ୍ଷା ଦୃଷ୍ଟିରୁ କେବଳ ପୋଲିସ ପକ୍ଷରୁ ଡ୍ରୋନ ର ବ୍ଯବହାର କରାଯିବ। ନଚେତ ସମସ୍ତ ଲୋ ଫ୍ଲାଇଙ୍ଗ ଅବଜ୍କ୍ଟ ଉପରେ ଅଙ୍କୁଷ ରହିବ।

ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ର ଏ ନେଇ ସମସ୍ତ ପ୍ରକାର ଦିଗ ଉପରେ ପୋଲିସ ଡିଜି କ୍ଯାମ୍ପ ଅଫିସରେ ହୋଇଥିବା ଗୁରୁତ୍ବପୁର୍ଣ ବୈଠକ ରେ ଉପସ୍ଥିତ ପୋଲିସ ଅଧିକାରିଙ୍କ ସହ ଆଲୋଚନା କରିଛନ୍ତି।

ବାଇଟ-ରାଜେନ୍ଦ୍ର ପ୍ରସାଦ ଶର୍ମା,ପୋଲିସ ଡିଜି

ଭିଜୁଆଲ ପୁର୍ବରୁ ଯାଇଛି ବାଇଟ ଏବେ ଗଲା ହ୍ବାଟସପରେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.