ଭୁବନେଶ୍ବର: ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି(ଶୁକ୍ରବାର) ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ 5ଟାରେ ଭର୍ଚୁଆଲ ବୈଠକ ହେବ । ଅଶାନ୍ତ ସୀମାର ସମାଧାନ ପାଇଁ ସମସ୍ତ ଦଳର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବ। ଏହି ଅବସରରେ ବିଜେଡି ମଧ୍ୟ ସାମିଲ ହେବ ।
ଭାରତ-ଚାଇନା ସଂଘର୍ଷକୁ ନେଇ ଏହି ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗଦେବ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବିଜେଡି ପକ୍ଷରୁ ପିନାକୀ ମିଶ୍ର ତାଙ୍କର ମତ ଉପସ୍ଥାପନା କରିବେ । ଏହି ବୈଠକରେ ପାଖାପାଖି 20 ଦଳ ସାମିଲ ହେବେ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।
ଏହି ବୈଠକରେ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ ।
ସୂଚନାଯୋଗ୍ୟ, ଗତ ସୋମବାର ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ 20 ଯବାନ ଶହୀଦ ହୋଇଥିଲେ । 76 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ 43 ଜଣ ଚୀନ ସେନା ମଧ୍ୟ ଆହତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଉଥିଲେ ମଧ୍ୟ ବେଜିଂ ଏନେଇ କୌଣସି ସୂଚନା ଦେଇନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ