ETV Bharat / city

Budget Session: ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା BJP, ଗୃହରେ କମିଟି ଗଠନ ପାଇଁ ଦାବି

author img

By

Published : Mar 29, 2022, 12:52 PM IST

ଚତୁର୍ଥ ଦିନରେ ଚାଲିଛି ବିଧାନସଭା ଅଧିବେଶନ । ଶ୍ରୀମନ୍ଦିର ସୁରକ୍ଷା ନେଇ କମିଟି ଗଠନ କରିବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Budget Session: ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା BJP, ଗୃହରେ କମିଟି ଗଠନ ପାଇଁ ଦାବି
Budget Session: ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା BJP, ଗୃହରେ କମିଟି ଗଠନ ପାଇଁ ଦାବି

ଭୁବନେଶ୍ବର: ଚାଲିଛି ବିଧାନସଭା ବଜେଟ ଅଧିବେଶନ । ଆଜି(ମଙ୍ଗଳବାର) ବଜେଟ ଅଧିବେଶନରେ ଚତୁର୍ଥ ଦିନ ହୋଇଥିବା ବେଳେ ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିରରେ ଫାଟ ପ୍ରସଙ୍ଗ । ବିଜେପି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ବିକାଶ ନାଁରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେଉଛି । ଏଣୁ ବିଧାନସଭାରେ ଏକ କମିଟି ଗଠନ କରିବା ପାଇଁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କରିଛନ୍ତି ।

ସେ ଗୃହରେ କହିଛନ୍ତି ଯେ ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ । ମାତ୍ର ବିକାଶ ନାଁରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ASI ଓ ANM କୌଣସି ପ୍ରକାର ଅନୁମତି ଦେଇ ନାହାଁନ୍ତି ବୋଲି କହିଛନ୍ତି । ପ୍ରକୃତରେ ବାସ୍ତବ କଥା କଣ ? ଏଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ ଷଡ଼ଙ୍ଗୀ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଶୂନ୍ୟକାଳରେ ଏହି ସମାନ ପ୍ରସଙ୍ଗ ଉଠାଇଛନ୍ତି । ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି ସେ ଦାବି କରିଛନ୍ତି । ତେବେ ସୂଚନା ଥାଉ କି ଚଳିତ ଆସନ୍ତାକାଲି ବା ମାର୍ଚ୍ଚ ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.