ETV Bharat / city

13ରୁ ଗଡିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ - 13 ରୁ ଚାଲିବ ପୁରୀ ଇନ୍ଦୋର ପୁରୀ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ 13 ତାରିଖ ଠାରୁ ପୁନଃ ଚଳାଚଳ କରିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ । ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି । ଅଧିକ ପଢନ୍ତୁ...

13 ରୁ ଗଡିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ

author img

By

Published : Jul 7, 2021, 4:51 PM IST

ଭୁବନେଶ୍ବର: ପୁଣି ଗଡିବ ପୁରୀ-ଇନ୍ଦୋର-ପୁରୀ ସ୍ୱତନ୍ତ୍ର ଟ୍ରେନ । ଏହି ଟ୍ରେନ ସେବାକୁ 13 ଜୁଲାଇ ଠାରୁ ପୁନଃ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୋରୋନା ମହାମାରୀ ହେତୁ ମେ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ସେବାକୁ ବାତିଲ କରାଯାଇଥିଲା ।

09371/09372 ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ 13 ଜୁଲାଇ ଠାରୁ ପ୍ରତି ମଙ୍ଗଳବାର ଦିନ ଏବଂ ପୁରୀରୁ 15 ଜୁଲାଇ ଠାରୁ ପ୍ରତ୍ୟେକ ଗୁରୁବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ପାଇଁ ନିର୍ଦ୍ଧାରିତ ଷ୍ଟେସନମାନଙ୍କ ଠାରେ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ । ରଥ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଇନ୍ଦୋରରୁ ଜୁଲାଇ 13 ଓ 20 ତାରିଖ ଦିନ ଏବଂ ପୁରୀରୁ ଜୁଲାଇ 15 ଓ 22 ତାରିଖ ଦିନ ଉଭୟ ପାର୍ଶ୍ୱରୁ ଇନ୍ଦୋର ଓ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଚଳାଚଳ କରିବ । ଏଥିସହ ଖୋର୍ଦ୍ଧା ରୋଡ଼ ଓ ପୁରୀ ମଧ୍ୟରେ ବାତିଲ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.