ETV Bharat / city

ବାଇ ଲ' ବିଜ୍ଞପ୍ତି ପ୍ରତ୍ୟାହୃତ: ସ୍ବାଗତ କଲେ ଗଜପତି

author img

By

Published : Feb 9, 2021, 9:40 PM IST

ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର ବିବାଦୀୟ ବାଇ ଲ' ବିଜ୍ଞପ୍ତି ପ୍ରତ୍ୟାହାର ହୋଇଛି । ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେଓ । ଅଧିକ ପଢନ୍ତୁ..

ବାଇ- ଲ  ବିଜ୍ଞପ୍ତି ପ୍ରତ୍ୟାହୃତ: ସ୍ବାଗତ କଲେ ଗଜପତି

ପୁରୀ: ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ଉପ-ନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାରକୁ ସ୍ବାଗତ କଲେ ପୁରୀ ଗଜପତି । ଶ୍ରୀମନ୍ଦିର ସଂକ୍ରାନ୍ତୀୟ ପଦକ୍ଷେପ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ଆଲୋଚନା କରାଯାଉ । ଶ୍ରୀମନ୍ଦିର ରୂପାନ୍ତକରଣ ଉଭୟ ସରକାରଙ୍କ ସହଯୋଗିତାରେ ସମ୍ଭବ ହେବ ବୋଲି କହିଛନ୍ତି ଗଜପତି ।

ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନଏମଏ)ବାଇ ଲ’ରେ ଶ୍ରୀମନ୍ଦିରକୁ ଲାଗି କରି 100 ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା । ଏଥିସହ ନିଷିଦ୍ଧାଞ୍ଚଳ ଠାରୁ 200 ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ନିଷିଦ୍ଧା ଅଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବାକୁ ବାରଣ କରାଯାଇଥିଲା । ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଥିଲା । ଏହାକୁ ବିରୋଧ କରି ସେବାୟତ ଠାରୁ ପୁରୀବାସୀ ଏହାକୁ ବ୍ୟାପକ ଭାବେ ବିରୋଧ କରିଥିଲେ । କାରଣ ଏହା ଦ୍ବାରା ଆଖପାଖ ବାସିନ୍ଦା ଅଧିକ କ୍ଷତି ସହିବେ ବୋଲି କୁହାଯାଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହା ପରେ ଶ୍ରୀମନ୍ଦିର ବିକାଶରେ ହସ୍ତକ୍ଷେପ କରୁଥିବା ଏନଏମଏ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ତେଜିଥିଲା । ପରେ ଏ ସମ୍ପର୍କିତ ଚିଠା ବିଜ୍ଞପ୍ତିକୁ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.