ETV Bharat / city

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ତଥ୍ୟ ପ୍ରମାଣ ସହ ସରକାରଙ୍କୁ ଘେରିଲା କଂଗ୍ରେସ, ଉତ୍ତର ଦେବାକୁ 24 ଘଣ୍ଟା ମହଲତ - କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ

ପ୍ରସିଦ୍ଧ ବଗଲା ଧର୍ମଶାଳା ଜମିକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ବିକ୍ରି କରିବା ପ୍ରସଙ୍ଗରେ ସାରା ରାଜ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଆଜି ତଥ୍ୟ ପ୍ରମାଣ ସହ ସରକାର ଓ ଜିଲ୍ଲା ପ୍ରଶାସନର କେଳେଙ୍କାରୀ ପର୍ଦ୍ଦାଫାଶ କରିଛି କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସତ୍ୟ ପ୍ରକାଶ ନାୟକ
ସତ୍ୟ ପ୍ରକାଶ ନାୟକ
author img

By

Published : Aug 26, 2020, 4:48 PM IST

Updated : Aug 26, 2020, 5:24 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚିତ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବଗଲା ଧର୍ମଶାଳା ଜମି ପ୍ଲଟିଂ ବିବାଦକୁ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଆଜି ( ବୁଧବାର) ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ତଥ୍ୟ ପ୍ରମାଣ ସହ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନର ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛନ୍ତି ।

ତଥ୍ୟ ପ୍ରମାଣ ସହ ସରକାରଙ୍କୁ ଘେରିଲା କଂଗ୍ରେସ, ଉତ୍ତର ଦେବାକୁ 24 ଘଣ୍ଟା ମହଲତ

ସତ୍ୟ ପ୍ରକାଶ କହିଛନ୍ତି ବଗଲା ଜମି ରାଜସ୍ୱ ବିଭାଗକୁ ଦେବାକୁ ନଗର ଉନ୍ନୟନ ବିଭାଗ ଚିଠି କରିଥିଲା । ତେବେ ବିନା ସର୍ତରେ କେମିତି ଜମି ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସେ । ଏହାସହ ଆହୁରି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି ।

ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ୱରେ ୭୫ ମିଟର ପରିଧି ଭିତରେ ଯେତେ ଜମି ଅଧିଗ୍ରହଣ କରାଯାଇଛି, ତାହା ସଂପୂର୍ଣ୍ଣ ବେଆଇନ ଏବଂ ଅସିଦ୍ଧ । କାରଣ ଭୂମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଆଇନ - ୨୦୧୩ ଅନୁଯାୟୀ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିନାହିଁ । ଭୂମି ଅଧିଗ୍ରହଣ ଆଇନର ଧାରା ୩୬ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଧାରା ୪ (କ) ରେ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ନୋଟିଫିକେସନ ପରେ ଏବଂ ଚୂଡାନ୍ତ ଜମି ଅଧିଗ୍ରହଣ ବିଜ୍ଞପ୍ତି ପୂର୍ବରୁ ସଂପୃକ୍ତ ପ୍ରଭାବିତ ଅଞ୍ଚଳରେ ଜମି କିଣାବିକା ହୋଇପାରିବ ନାହିଁ ।

ଅର୍ଥାତ ଧାରା ୪ (କ)ର ବିଜ୍ଞପ୍ତି ପରେ ଯଦି କୌଣସି ବ୍ୟକ୍ତି ଜମି ବିକ୍ରି କରନ୍ତି, ତେବେ ତାହା ଆଇନତଃ ଅସିଦ୍ଧ ଏବଂ ସଂପୃକ୍ତ ବ୍ୟକ୍ତି ପୁନର୍ବାସ ଓ ଥଇଥାନ ଆଇନ ଅନୁଯାୟୀ କୌଣସି କ୍ଷତି ପୂରଣ ପାଇବାକୁ ଯୋଗ୍ୟ ବିବେଚିତ ହେବେନାହିଁ । ସେ ଦୃଷ୍ଟିରୁ ସୁରକ୍ଷା କରିଡର ପ୍ରକଳ୍ପ ପାଇଁ କେବଳ ୪ (କ) ବିଜ୍ଞପ୍ତି ଛଡା ଭୂମି ଅଧିଗ୍ରହଣର ଅନ୍ୟ କୌଣସି ପ୍ରକ୍ରିୟା ଏଯାବତ ହୋଇନାହିଁ । ତେଣୁ ଜିଲ୍ଳା ପ୍ରଶାସନକୁ ଯେଉଁମାନେ ଜମି ହସ୍ତାନ୍ତର କରିଛନ୍ତି, ତାହା ବେଆଇନ ବୋଲି କଂଗ୍ରେସ କହିଛି । ଏହି ବେଆଇନ କାର୍ଯ୍ୟ ଓ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପୁରୀ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଜେଣ୍ଟ ଭଳି କାର୍ଯ୍ୟ କରିଛନ୍ତି ବୋଲି କଂଗ୍ରେସ ସଂଗୀନ ଅଭିଯୋଗ କରିଛି ।

ଏଥିସହ ବଗଲା ଧର୍ମଶାଳା ଜମି ପ୍ଲଟିଂ ବିବାଦରେ ଜିଲ୍ଲାପାଳଙ୍କ କେଳେଙ୍କାରୀକୁ ତଥ୍ୟ ପ୍ରମାଣ ସହ ଧରିଛି କଂଗ୍ରେସ । ସ୍ପଷ୍ଟିକରଣ ଦେବା ଆଳରେ ଯେଉଁ ତଥ୍ୟ ଜିଲ୍ଲାପାଳ ଟୁଇଟ ମାଧ୍ୟମରେ ଦେଇଛନ୍ତି, ତାର ଅସଲ ତଥ୍ୟ କଂଗ୍ରେସ ଲୋକଲୋଚନକୁ ଆଣିବା ପରେ ଏବେ ଓଲଟା ଜିଲ୍ଲାପାଳଙ୍କ ପାଇଁ ଏହା ବୁମେରାଂ ହୋଇପାରେ ।

ସୂଚନା ଯୋଗ୍ଯଯେ ପୁରୀ ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ କହିଥିଲେ ଯେ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୫ ଅକ୍ଟୋବର ୨୦୧୯ ରେ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନୁମତି ଦିଆଯାଇଥିଲା । ସେହି ଆଧାରରେ ବଗଲା ଧର୍ମଶାଳା ଜମିକୁ ଆଇନତଃ ରାଜସ୍ୱ ବିଭାଗକୁ ଆସିବା ପରେ କ୍ଷତିଗ୍ରସ୍ତ ଲଜିଂ ମାଲିକମାନଙ୍କୁ ଦିଆଯାଇଛି । କିନ୍ତୁ ଚିଠିକୁ ଆଧାର କରି କଂଗ୍ରେସ କହିଛି ଅସଲରେ ସେହି ଚିଠିରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଅଭଡା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବଗଲା ଧର୍ମଶାଳା ଜମିକୁ ରାଜସ୍ୱ ବିଭାଗକୁ ଦିଆଯିବ। ଏହି ଚିଠିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖାଯାଇଛି ।

ସର୍ତ୍ତ ହେଉଛି ଜମି ହସ୍ତାନ୍ତର ପୂର୍ବରୁ ସବିଶେଷ ସର୍ତ୍ତାବଳୀ ପ୍ରସ୍ତୁତ ହେବ ଓ ସେହି ଆଧାରରେ ଜମି ହସ୍ତାନ୍ତର କରାଯିବ । କିନ୍ତୁ ସବିଶେଷ ସର୍ତ୍ତାବଳୀ ବା ଟର୍ମସ ଆଣ୍ଡ କଣ୍ଡିସନସ ପ୍ରସ୍ତୁତ କରାଯାଇନାହିଁ ଏବଂ ଅଭଡା ଯୋଜନା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଜମି ବ୍ୟବହାର କରିବାକୁ ଚିଠିରେ ମଧ୍ୟ ଉଲ୍ଲେଖ ନାହିଁ । ହେଲେ ଜିଲ୍ଲାପାଳ କେଉଁ ଆଇନ ଓ କ୍ଷମତା ବଳରେ ଦୁଇଟି ମିସକେସ ଜରିଆରେ ଜମିର ମାଲିକାନା ସତ୍ୱକୁ ଲଜିଂ ହାଉସିଂ ଫଣ୍ଡରୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କଲେ ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। ତଥ୍ୟ ପ୍ରମାଣ ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପର୍ଦ୍ଦାଫାଶ କରିବା ପରେ ଜମି ହସ୍ତାନ୍ତର ସଂପର୍କରେ ସର୍ତ୍ତାବଳୀ ଚିଠିର ନକଲ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ସତ୍ୟ ପ୍ରକାଶ ନାୟକ ଆହ୍ୱାନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ଦଳୀୟ ନେତା ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 26, 2020, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.