ଭୁବନେଶ୍ବର: ଆଜିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ବିରୋଧୀ ଆଣିଲେ ମୁଲତବୀ ନୋଟିସ। ନିକଟରେ ଶ୍ରୀ ଜଗନ୍ନାଥ ମନ୍ଦିରର ପାଣ୍ଠି ୟେସ୍ ବ୍ୟାଙ୍କରେ ଜମା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ମୁଲତବୀ ନୋଟିସ ଆଣିଛନ୍ତି।
ଯାହାର ଶୀର୍ଷକ ରହିଛି ‘କାଳିଆ ନାଁରେ କଳଙ୍କ, ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନୀରବତା କାହିଁକି’। ଏନେଇ ଉତ୍ତର ରଖିବେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଜିର ମୁଲତବୀ ନୋଟିସ୍ ଏହାକୁ ସତ ପ୍ରମାଣିତ କରିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ