ETV Bharat / city

ଘାରିଲାଣି ମଙ୍କିପକ୍ସ ଚିନ୍ତା, ଆଗୁଆ ସତର୍କ ପାଇଁ ନିର୍ଦ୍ଦେଶ

author img

By

Published : Aug 1, 2022, 5:36 PM IST

କରୋନା ମହାମାରୀ ଭିତରେ ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢ଼ାଇଛି ମଙ୍କିପକ୍ସ । ଦେଶରେ ୪ଟି ମଙ୍କିପକ୍ସ ଭୂତାଣୁ କେସ ସାମ୍ନାକୁ ଆସିଛି । ଏହାପରେ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

public health director dr niranjan mishra reaction on Monkeypox
ମଙ୍କିପକ୍ସର ସଂକ୍ରମଣ କ୍ଷମତା କମ, ସତର୍କତା ଜରୁରୀ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ମହାମାରୀ ଭିତରେ ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢ଼ାଇଛି ମଙ୍କିପକ୍ସ । ଦେଶରେ ୪ଟି ମଙ୍କିପକ୍ସ ଭୂତାଣୁ କେସ ସାମ୍ନାକୁ ଆସିଛି । ଏହାପରେ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, "ମିଳିମିଳା ଓ ହାଡଫୁଟି ଠାରୁ ମଙ୍କିପକ୍ସର ସଂକ୍ରମଣ କ୍ଷମତା ବହୁତ କମ୍ । ମଙ୍କିପକ୍ସକୁ WHO ମ୍ୟାଟର ଅଫ କନସର୍ଣ୍ଣ ବୋଲି କହିଛି । ବିଶ୍ୱରେ ପାଖାପାଖି 21 ହଜାର କେସ ରିପୋର୍ଟ ହେଲାଣି । ଏଥିସହ ଆଫ୍ରିକା ଓ ୟୁରୋପ ମହାଦେଶରେ ଅଧିକ ବ୍ୟାପିଛି । ଭାରତରେ ବର୍ତ୍ତମାନ ସୁଦ୍ଧା 4ଟି କେସ ସାମ୍ନାକୁ ଆସିଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ମଙ୍କି ପକ୍ସରେ ମୃତ୍ୟୁ ହାର ମାତ୍ର 1ରୁ 10 ପ୍ରତିଶତ ଭିତରେ ରହୁଛି । ସମଗ୍ର ବିଶ୍ୱରେ ମଙ୍କିପକ୍ସରେ 11 ଜଣଙ୍କର ମୃତ୍ୟୁ ହୋଇଛି । ମଙ୍କି ପକ୍ସର ସଂକ୍ରମଣ କ୍ଷମତା ମଧ୍ଯ ଅଧିକ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ବ୍ୟାପୁଛି" ।

"ଏନେଇ ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ସତର୍କତା ନିହାତି ଆବ୍ୟଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରୋଗର ଲକ୍ଷଣ ଓ ପରୀକ୍ଷା କିପରି କରାଯିବ ସେନେଇ ଜିଲ୍ଲାର ସମସ୍ତ ଡାକ୍ତରଖାନାମାନଙ୍କୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଉପଯୁକ୍ତ ପଦକ୍ଷେପ ନିଆଯିବ" ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.