ETV Bharat / city

ସର୍ବସାଧାରଣଙ୍କ ପାଇଁ ନିଶୁଳ୍କ ଇକୋ-ରିଟ୍ରିଟ୍‌ ଭ୍ରମଣ - bhubaneswar news

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ମେରାଇନ ଡ୍ରାଇଭ ଇକୋ-ରିଟ୍ରିଟ୍‌ । ସର୍ବସାଧାରଣଙ୍କ ପାଇଁ ଏହି ସ୍ଥାନକୁ ପ୍ରବେଶ ନିଶୁଳ୍କ ଥିବାବେଳେ ବେଳାଭୂମିରେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ବ୍ୟତୀତ ପବ୍ଲିକ ଏରିଆରେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକ ପାଇଁ ଦେବାକୁ ପଡିବ ଶୁଳ୍କ ।

Public entry to Marine Drive Eco Retreat is free
ମାଗଣାରେ ବୁଲନ୍ତୁ ଇକୋ-ରିଟ୍ରିଟ୍
author img

By

Published : Dec 19, 2019, 10:06 PM IST

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଯାଇଛି ମେରାଇନ ଡ୍ରାଇଭ ଇକୋ-ରିଟ୍ରିଟ୍‌ । ଯେଉଁଠି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ଆୟୋଜନ କରାଯାଇଛି । ଏଥିସହିତ ସାଧାରଣ ଲୋକମାନେ ମଧ୍ୟ ସେଠାକୁ ଯାଇ ଆମୋଦ ପ୍ରମୋଦ କରିପାରିବେ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ସର୍ବସାଧାରଣଙ୍କ ପାଇଁ ପ୍ରବେଶ ଶୁଳ୍କ ନଥିବା କହିଛନ୍ତି ଓଟିଡିସି ଏମଡି ହେମକାନ୍ତ ସାଏ । ପୂର୍ବରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ଶୁଳ୍କ 50 ଟଙ୍କା ଥିବା ନେଇ ଚର୍ଚ୍ଚା ହୋଇଥିଲା ।

ମାଗଣାରେ ବୁଲନ୍ତୁ ଇକୋ-ରିଟ୍ରିଟ୍

ସୂଚନାନୁସାରେ, ବେଳାଭୂମିରେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ବ୍ୟତୀତ ପବ୍ଲିକ ଏରିଆରେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକୁ ଆବଶ୍ୟକ ଶୁଳ୍କ ଦେଇ ତାହାର ଆନନ୍ଦ ଉଠାଇ ପାରିବେ ବୋଲି ସେ କହିଛନ୍ତି । ଯେଉଁଥିରେ ଫୁଡ଼ କୋର୍ଟ, ବିଭିନ୍ନ ପ୍ରକାର ଜଳକ୍ରୀଡା, ବେଳାଭୂମି ମାର୍କେଟରୁ ବିଭିନ୍ନ ସାମଗ୍ରୀ କିଣା ଇତ୍ୟାଦି ସାମିଲ ରହିଛି । ସେହିପରି ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଦର୍ଶକମାନେ ବିନା ଶୁଳ୍କରେ ଉପଭୋଗ କରିପାରିବେ ।

ତେବେ ସପ୍ତାହର ଶନିବାର ଦିନ ଆୟୋଜିତ ହେଉଥିବା ସଙ୍ଗୀତ ସନ୍ଧ୍ୟାରେ ଦେଶର ବିଭିନ୍ନ ନାମିଦାମୀ କଳାକାର ଆସୁଥିବାରୁ ସେଥିପାଇଁ କିଛିଟା ପ୍ରତିବନ୍ଧକ ରହିବ । ଆସନ୍ତା 21ତାରିଖରେ ହେବାକୁ ଥିବା ଓସେନ ମ୍ୟୁଜିକାଲ ବ୍ରାଣ୍ଡରେ ସାମିଲ ହେବାକୁ ଥିବା ଦର୍ଶକଙ୍କ ପାଇଁ ଭୁବନେଶ୍ବରରୁ 3ଟି ବସ ସେବା ଯୋଗାଇ ଦିଆଯିବ । ଏନେଇ 100 ଟଙ୍କା ଅର୍ଥରାଶି ଦେଇ ଖଣ୍ଡଗିରି, କଳ୍ପନା ଓ କଳିଙ୍ଗ ଷ୍ଟାଡିୟମ ଛକରୁ ଯାତାୟତ କରିପାରିବେ । ତେବେ ଏହି ବସରେ ଯିବା ସହ ଆସିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ବେଳାଭୂମିରେ ଆୟୋଜନ କରାଯାଉଛି ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ।ଯେଉଁଠି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଆୟୋଜନ କରାଯାଇଥିବା ବେଳେ ସାଧାରଣ ଲୋକମାନେ ସେଠାକୁ ଯାଇ ଆମୋଦ ପ୍ରମୋଦ କରି ପାରିବେ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।ଜନସାଧାରଣ ସେଠାକୁ ଯିବା ପାଇଁ ପ୍ରବେଶ ଶୁଳ୍କ 50 ଟଙ୍କା ଆଦାୟ କୁ ବନ୍ଦ କରାଯାଇ ଲୋକମାନଙ୍କୁ ମାଗଣାରେ ପ୍ରବେଶ କରିବାର ସୁବିଧା ଦିଆଯାଉଛି ବୋଲି କହିଛନ୍ତି ଓଟିଡିସି ଏମ ଡି ଶ୍ରୀ ହେମକାନ୍ତ ସାଏ।କରାଯାଉଥିବା ଚର୍ଚ୍ଚା କୁ ଉଠାଇ ନିଆଯାଇ

Body:ତେବେ ଜନସାଧାରଣ ମାନେ ପର୍ଯ୍ୟଟକଙ୍କ ରହିବା ସ୍ଥାନ ବ୍ୟତୀତ ପବ୍ଲିକ ଏରିଆରେ ଉପଲବ୍ଧ ହେଉଥିବା ସୁବିଧା ଗୁଡିକୁ ଆବଶ୍ୟକ ଶୁଳ୍କ ଦେଇ ତାହାର ଆନନ୍ଦ ଉଠାଇ ପାରିବେ ବୋଲି ସେ କହିଛନ୍ତି।ଯେଉଁଥିରେ ଫୁଡ଼ କୋର୍ଟ,ବିଭିନ୍ନ ପ୍ରକାର ଜଳ କ୍ରୀଡା,ବେଳାଭୂମି ମାର୍କେଟ ରୁ ବିଭିନ୍ନ ସାମଗ୍ରୀ କିଣା ଇତ୍ୟାଦି।ସେହିପରି ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ ସନ୍ଧ୍ୟାକୁ ମଧ୍ୟ ଦର୍ଶକମାନେ ବିନା ଶୁଳ୍କରେ ଯାଇ ଉପଭୋଗ କରିପାରିବେ ବୋଲି ସେ କହିଛନ୍ତି।ତେବେ ସପ୍ତାହର ଶନିବାର ଦିନ ଆୟୋଜିୟ ହେଉଥିବା ସଙ୍ଗୀତ ସନ୍ଧ୍ୟାରେ ଦେଶର ବିଭିନ୍ନ ନାମିଦାମୀ କଳାକାର ଆସୁଥିବାରୁ ସେଥିପାଇଁ କିଛିଟା ପ୍ରତିବନ୍ଧକ ରହିବ।ଆସନ୍ତା 21 ତାରିଖରେ ହେବାକୁ ଥିବା ଓସେନ ମ୍ୟୁଜିକାଲ ବ୍ରାଣ୍ଡରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ୱରରୁ 3 ଟି ବସ ସେବା ଯୋଗାଇ ଦିଆଯିବ।ସେଥିପାଇଁ 100 ଟଙ୍କା ଦେଇ ଖଣ୍ଡଗିରି,କଳ୍ପନା ଓ କଳିଙ୍ଗ ଷ୍ଟାଡିୟମ ଛକରୁ ଲୋକମାନେ ତାହା ଯୋଗେ ଯିବା ସହିତ ଆସିବାର ସୁବିଧା କରାଯାଇଥିବା ସେ କହିଛନ୍ତି।
ବାଇଟ-ହେମକାନ୍ତ ସାଏ-ଏମ ଡି ଓଟିଡିସି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.