ଭୁବନେଶ୍ବର: ଡୁମଡୁମା ସ୍ଥିତ ସୁଭାଷ ନଗର ବସ୍ତି କଣ୍ଟେନମେଣ୍ଟ ଜୋନରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଯେ, ବିଏମସି ଦ୍ବାରା ଦିଆଯାଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ଅଧିକା ହେଉଥିବାରୁ ସେମାନଙ୍କ ପକ୍ଷେ କିଣିବା ପାଇଁ କଷ୍ଟସାଧ୍ୟ ହେଉଛି ।
ତେବେ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ଲୋକେ ବାହାରକୁ ଯାଇ ପାରୁନାହାନ୍ତି । ଫଳରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଅନ୍ୟପଟେ ଏନେଇ ତୁରନ୍ତ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ