ETV Bharat / city

ରାଜଧାନୀର ସାଇକୋ ଡକ୍ଟର, ପିଟିପିଟି ବୃଦ୍ଧ ବାପାକୁ କଲା ହତ୍ୟା

ରାଜଧାନୀରେ ସାଇକୋ ଡାକ୍ତରଙ୍କ ବର୍ବର କାଣ୍ଡ । ନିଜ 76 ବର୍ଷୀୟ ବାପାକୁ ପିଟିପିଟି କଲେ ହତ୍ୟା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପରେ ସାଇକୋ ଡକ୍ଟରକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

author img

By

Published : Jul 18, 2020, 6:35 PM IST

ରାଜଧାନୀର ସାଇକୋ ଡକ୍ଟର, ପିଟି ପିଟି ବୃଦ୍ଧବାପାକୁ କଲା ହତ୍ୟା

ଭୁବନେଶ୍ବର: ରାଜଧାନୀରେ ସାଇକୋ ଡାକ୍ତରଙ୍କ ବର୍ବର କାଣ୍ଡ । ନିଜ 76 ବର୍ଷୀୟ ବାପାକୁ ପିଟିପିଟି କଲେ ହତ୍ୟା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପରେ ସାଇକୋ ଡକ୍ଟରକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଡାକ୍ତରଙ୍କ ନାମ ରଂଜନ ମିଶ୍ର ହୋଇଥିବା ବେଳେ ତାଙ୍କ ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରର ଲେନ ୩ ବୋଲି ଜଣାପଡିଛି । ପୋଲିସ ତାଙ୍କୁ ହତ୍ୟା ମାମଲାର ଆଇପିସି ଧାରା ୩୦୨ରେ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ମୁତାବକ, ବାଣପୁର ଖୋର୍ଦ୍ଧା କମ୍ୟୁନିଟି ହେଲଥ ସେଣ୍ଟରରେ ଆୟୁଷ ଡକ୍ଟର ଥିବା ରଂଜନ ଗତ ୧୬ ତାରିଖରେ ନିଜ ବାପା ରାଜକିଶୋର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ପାରିବାରିକ କଳହକୁ ନେଇ ନିଜ ବାପାଙ୍କୁ ସନ୍ଦେହ କରି ବିଧା ଗୋଇଠା ମାରିଥିଲେ । ବୃଦ୍ଧ ରାଜକିଶୋର ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରଂଜନ ଜଣେ ମାନସିକ ବିକାରଗ୍ରସ୍ତ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.