ଭୁବନେଶ୍ବର : ଲକ ଡାଉନ ପାଇଁ ରୋଜଗାର ହରାଇ ବସିଛନ୍ତି ଭୁବନେଶ୍ବରର ଅଟୋ ଚାଳକ । ଫଳରେ ସେମାନେ ଅଟୋ ରିକ୍ସା ବୀମା ପ୍ରିମିୟମ, ଟ୍ୟାକ୍ସ,ଫିଟନେସ ପାଇଁ ଦେୟ ଆଗୁଆ ଦେବା ସତ୍ତ୍ବେ ନିଜ ପରିବାର ଲୋକଙ୍କ ମୁହଁରେ ଦାନା ଯୋଗାଇବାରେ ଅସମର୍ଥ ହେଉ ଥିବା କହିଛନ୍ତି । ଏନେଇ ଅଟୋ ମହାସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ସଂଘର ସମ୍ପାଦକ ସୁର ଜେନା ।
ତେଣୁ ସେମାନେ ବୁଧବାର ସରକାରଙ୍କ ସାମାଜିକ ଦୂରତ୍ବ ନିୟମ ରକ୍ଷା କରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗରିବ ଓ ଅସହାୟଙ୍କୁ ସରକାର ଯେପରି ସହାୟତା ଅଗ୍ରୀମ ପ୍ରଦାନ କରୁଛନ୍ତି ସେହିଭଳି ଅଟୋଚାଳକ ମାନଙ୍କୁ ମଧ୍ୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । । ଯେପରି ଦିଲ୍ଲୀରେ ସରକାର ଅଟୋ ଚାଳକଙ୍କୁ ମାସକୁ 5 ହଜାର ଟଙ୍କାର ସହାୟତା ଦେଉଛନ୍ତି, ଠିକ ସେହିପରି, ମଧ୍ୟ ନବୀନ ସରକାର ଅଟୋ ଚାଳକଙ୍କୁ ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ