ETV Bharat / city

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା: ହଟିଲା ରାସ୍ତାରୋକ, ଯାତାୟତ ସ୍ବାଭାବିକ - ରାଜଧାନୀ ଅସୁରକ୍ଷିତ

ଦିନକୁ ଦିନ ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେବାକୁ ଲାଗିଛି । ବ୍ରାଉନସୁଗାର ସ୍ମଗଲର ଯେପରି ସହରରେ ଆଡ୍ଡା ଜମାଇସାରିଲେଣି । ଏହାକୁ ବିରୋଧ କରି ରସୁଲଗଡ଼ ଛକରେ ଘଣ୍ଟାଏ ଧରି ରାସ୍ତାରୋକ ହୋଇଥିଲା । ତେବେ ପୋଲିସ କମିଶନରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଥମିଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 31, 2019, 2:52 PM IST

ଭୁବନେଶ୍ବର: ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ହଟିଛି ରାସ୍ତାରୋକ । ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଥମିଛନ୍ତି । ବର୍ତ୍ତମାନ କଟକ-ଭୁବନେଶ୍ବର ରାସ୍ତାରେ ଯାତାୟତ ସ୍ବାଭାବିକ ରହିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଏ ନେଇ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମଧ୍ୟରେ ଏକ ବୈଠକ ବସିବ। ସ୍ଥାନୀୟ ଲୋକ ପୋଲିସକୁ କିଛି ନିଶା ବେପାରୀଙ୍କୁ ଚିହ୍ନଟ କରିବେ । ଏହାଦ୍ବାରା ଖୁବ ଶୀଘ୍ର ନିଶା ବେପାରୀ ଓ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଖୁବ ଶୀଘ୍ର ଧରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି କମିଶନର । ଏହି ଘଟଣା ଏବେ ସ୍ପେଶାଲ ସ୍କ୍ବାର୍ଡକୁ ଦିଆଯିବ। ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି କହିଛନ୍ତି କମିଶନର ସତ୍ୟଜିତ ମହାନ୍ତି ।

ରସୁଲଗଡ ଛକରେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ପରେ ତାତିଥିଲେ ରାଜଧାନୀବାସୀ । ସହରରେ ଦିନକୁ ଦିନ ଲୁଟ, ଚୋରୀ, ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଉଥିବାକୁ ନେଇ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା । ତୁରନ୍ତ ଆକ୍ରମଣକାରୀକୁ ଗିରଫ କରିବା ସହ ଅପରାଧ ଭିଆଉଥିବା ସ୍ମଗଲରଙ୍କୁ ଧରିବା ଲାଗି ଆକ୍ରୋଶିତ ଲୋକେ ଦାବି କରିଥିଲେ ।

ଦିନକ ମଧ୍ୟରେ ରାଜଧାନୀରେ 5ଟି ସ୍ଥାନରେ ଆକ୍ରମଣ କରି ଲୁଟ ହୋଇଛି । ତାହା ପୁଣି ମଞ୍ଚେଶ୍ଵର ଥାନା ଅଧୀନରେ । ପୋଲିସର ପାଟ୍ରୋଲିଂ ନଥିବା ଯୋଗୁଁ ଦିନ ରାତି ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ।

ପ୍ରକାଶ ଥାଉ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଖଣ୍ଡାରେ ହାଣି ଲୁଟ କରି ନେଇଛନ୍ତି । ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏପରି ଘଟଣାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ତୃପ୍ତି ହୋଟେଲର ମାଲିକ ବୁଲୁ ସାମନ୍ତରାୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.