ଭୁବନେଶ୍ବର: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ମାମଲା ବିରୁଦ୍ଧରେ ପ୍ରତିବାଦ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଆସିଥିଲା । ସେହି ଫଟୋରେ ସେ ଏକ ବାଇକ ଚଲାଉ ଥିଲେ । ସେହି ଫଟୋରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କିଛି ମନ୍ତବ୍ୟ ଦେଇଥିଲେ।
ଯାହା କୋର୍ଟଙ୍କ ସମ୍ମାନ ହାନି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ କୋର୍ଟ ବରିଷ୍ଠ ଓକିଲ ଭୁଲ କରିଥିବା କହିବା ସହ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି। ଯାହାକୁ ନେଇ ଦେଶରେ ବିଭିନ୍ନ ମାନବାଧିକାର ସଂଗଠନ ମାନଙ୍କ ପକ୍ଷରୁ ଏହାର ବିରୋଧ କରଯାଇଛି । ଏନେଇ ରାଜ୍ୟର ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ