ETV Bharat / city

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଡାକରା - ଶିକ୍ଷକ ନିଯୁକ୍ତିରେ ମହାଦୁର୍ନୀତି ଅଭିଯୋଗ

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ଅଭିଯୋଗ । ଏହା ବିରୁଦ୍ଧରେ 'ଶିକ୍ଷା ବଞ୍ଚାଅ–ଓଡ଼ିଶା ବଞ୍ଚାଅ' ଅଭିଯାନ ପକ୍ଷରୁ ଆସନ୍ତାକାଲି(ବୁଧବାର)ଠାରୁ ଗଣଧାରଣା ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଡାକରା

author img

By

Published : May 10, 2022, 4:29 PM IST

ଭୁବନେଶ୍ବର: ଶିକ୍ଷକ ନିଯୁକ୍ତିରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହା ବିରୁଦ୍ଧରେ 'ଶିକ୍ଷା ବଞ୍ଚାଅ–ଓଡ଼ିଶା ବଞ୍ଚାଅ' ଅଭିଯାନ ପକ୍ଷରୁ ଆସନ୍ତାକାଲି(ବୁଧବାର)ଠାରୁ ଗଣଧାରଣା ଡାକରା ଦିଆଯାଇଛି । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟାପକ ଦୁର୍ନୀତି କାରଣରୁ ଶିକ୍ଷକ ପଦବୀ ପାଇଁ ଶହ ଶହ ମେଧାବୀ ଆଶାୟୀ ମାନେ ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ।

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଡାକରା

ଆଶାୟୀ ମାନେ ନିଯୁକ୍ତି ପକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏହି ମହାଦୁର୍ନୀତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଉପରେ CBI ତଦନ୍ତ କରାଯାଇ ଆଶାୟୀ ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ। ସୂଚନା ଅନୁଯାୟୀ, ଡିଏସଇ ଦ୍ବାରା ପରିଚାଳିତ ଚୁକ୍ତିଭିତ୍ତିକ ଶିକ୍ଷକ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ। ଏଥିରେ ତୁରନ୍ତ ସରକାର ହସ୍ତକ୍ଷେପ କରି ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରାଯାଉ।

ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ପ୍ରଘଟ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଯୋଗୁଁ ବହୁ ମେଧାବୀ ଆଶାୟୀ ଶିକ୍ଷକ କୃତକାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି । ଏଣୁ ତୁରନ୍ତ ଏହି ଆଶାୟୀ ଶିକ୍ଷକମାନଙ୍କୁ ନ୍ୟାୟ ପୂର୍ବକ ଉଚ୍ଚବିଦ୍ୟାଳୟ ଶିକ୍ଷକରେ ହୋଇଥିବା ଦୁର୍ନୀତି ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.