ETV Bharat / city

ଶୁଣୁନାହାନ୍ତି ସରକାର, ଜାରି ରହିଛି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିକ୍ଷୋଭ

author img

By

Published : Aug 18, 2022, 10:14 AM IST

ଓଡିଶାରୁ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ବିରୋଧରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

protest by contractual employees in bhubaneswar
ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଓଡିଶାରୁ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ସମ୍ପୂର୍ଣ୍ଣ ଉଚ୍ଛେଦ ହେଉ । ଏହି ଦାବିରେ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଦ୍ଵିତୀୟ ଦିନରେ ପହଞ୍ଚିଛି । ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି (protest by contractual workers in bhubaneswar) । ବିକ୍ଷୋଭକୁ ପୋଲିସ ଏବଂ ଅଗ୍ନିଶମ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀ ସମର୍ଥନ ଜଣାଇଛନ୍ତି ।

ପୋଲିସ ଏବଂ ଅଗ୍ନିଶମ ଭଳି ଜରୁରୀକାଳୀନ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ଉଚ୍ଛେଦ ନେଇ ଦାବି କରିଥିଲେ । ପ୍ରତ୍ୟାକ ଜିଲ୍ଲା ସଦର ଥାନା, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମାଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ବିଭାଗର କାର୍ଯ୍ୟରତ କର୍ମଚାରୀ ମଧ୍ୟ ବିକ୍ଷୋଭ ଜାରି ରଖିଛନ୍ତି ।

୬ ବର୍ଷୀୟ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଭଳି ୩ଟି ମୁଖ୍ୟ ଦାବି ନେଇ ମହାସଂଘ ଆନ୍ଦୋଳନ କରୁଛି । ଦାବି ପୂରଣ ନହେଲେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଗଷ୍ଟ ଶେଷ ସପ୍ତାହରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଏକ ବୃହତ ଆନ୍ଦୋଳନ ହେବ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ ସମ୍ବାଦିକ ସମ୍ମିଳନୀ ଜରିଆରେ ଚେତବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.