ETV Bharat / city

ଶ୍ରୀଜୀଉଙ୍କ ଶରଣରେ BJP MLA, ସରକାରଙ୍କ ସଦବୁଦ୍ଧି କଲେ କାମନା

author img

By

Published : Dec 11, 2021, 6:28 PM IST

ନିର୍ଦ୍ଧାରିତ ଦିନର ଯଥେଷ୍ଟ ପୂର୍ବରୁ ଗଣତନ୍ତ୍ରର ମନ୍ଦିର ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ୧୭ ଟି କାର୍ଯ୍ୟ ଦିବସ ବାକି ଥାଉ ଥାଉ ବନ୍ଦ ହୋଇଗଲା ଶୀତକାଳୀନ ଅଧିବେଶନ । ଫଳରେ ରାଜ୍ୟ ସରକାରଙ୍କ ସଦବୁଦ୍ଧି ପ୍ରାର୍ଥନା କରି ଶ୍ରୀମନ୍ଦିର ସମ୍ମୁଖରେ ଅଧିଆ ପଡିଲେ ରାଜ୍ୟ ବିଜେପି ବିଧାୟକଗଣ ।ଅଧିକ ପଢନ୍ତୁ

Odisha Bjp mla
Odisha Bjp mla

ପୁରୀ: ନିର୍ଦ୍ଧାରିତ ଦିନର ଯଥେଷ୍ଟ ପୂର୍ବରୁ ଗଣତନ୍ତ୍ରର ମନ୍ଦିର ବିଧାନସଭାକୁ ମୁଲତବୀ କରିଦେଲେ ସରକାର । ୧୭ ଟି କାର୍ଯ୍ୟ ଦିବସ ବାକି ଥାଉ ଥାଉ 20 ଦିନ ଆଗରୁ ବନ୍ଦ ହୋଇଗଲା ବିଧାନସଭା ଦ୍ବାର । ଫଳରେ ରାଜ୍ୟ ସରକାରଙ୍କ ସଦବୁଦ୍ଧି ପ୍ରାର୍ଥନା କରି ଶ୍ରୀମନ୍ଦିର ସମ୍ମୁଖରେ ଅଧିଆ ପଡିଲେ ରାଜ୍ୟ ବିଜେପି ବିଧାୟକଗଣ । ଜଗା ଦ୍ବାରରେ ମୁଣ୍ଡିଆ ମାରି ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦେବାକୁ କଲେ ପ୍ରାର୍ଥନା ।

ଶ୍ରୀଜୀଉଙ୍କ ଶରଣରେ BJP MLA, ସରକାରଙ୍କ ସଦବୁଦ୍ଧି କଲେ କାମନା

ଏନେଇ ବିଜେପି ବିଧାୟକ ମୋହନ ମାଝୀ (BJP MLA Mohan Majhi) କହିଛନ୍ତି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ମା, ଉଭଣୀ ସୁରକ୍ଷିତ ନାହାଁନ୍ତି । ଅଭାବୀ ଧାନ ବିକ୍ରି ପ୍ରାରମ୍ଭରୁ ଆରମ୍ଭ ହେଲେଣି । ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି । ବିଧାନସଭାରେ ସମସ୍ତ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ସରକାର ଜାଣିଶୁଣି ଗୃହକୁ ଆରମ୍ଭରୁ ଅଚଳ କଲେ । କୌଣସି ପ୍ରସଙ୍ଗରେ ଆଲୋଚନା ଚାହିଁଲେ ନାହିଁ ।

ବିଧାନସଭା ମୁଲତବୀ ହେବାର ୧୭ ଦିନ ପୂର୍ବରୁ ବନ୍ଦ କରିଦେଲେ । ଏହି ସରକାରରେ ରାଜ୍ୟବାସୀ ସୁରକ୍ଷିତ ନୁହଁନ୍ତି । ସେଥିପାଇଁ ରାଜ୍ୟବାସୀଙ୍କ ଆରଧ୍ୟ ଦେବତା, ଓଡିଆ ଜାତିର ଆତ୍ମା ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ ଶରଣ ପଶିଲୁ । ପ୍ରଭୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦିଅନ୍ତୁ । ଅତ୍ୟାଚାରୀ ସରକାରର ସମାପନ କରନ୍ତୁ । ଏହି ପ୍ରାର୍ଥନା କରି ପ୍ରଭୁଙ୍କ ଚରଣରେ ଶରଣ ପଶିଛୁ ବୋଲି କହିଛନ୍ତି ।

ସେହିପରି ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଆ ଜାତିର ମୁଖ୍ୟ ମହାପ୍ରଭୁ । ତାଙ୍କର ଇଚ୍ଛାରେ ସବୁ ଚାଲେ । ରାଜ୍ୟ ସରକାର ରାଜ୍ୟରେ ଅରାଜକତା ଚଳାଇଛନ୍ତି । ବିରୋଧୀଙ୍କ ଦାବି ଆନ୍ଦୋଳନ କୌଣସି ପ୍ରସଙ୍ଗ ସରକାରଙ୍କ ଉପରେ ପଡୁ ନାହିଁ । ଶାସନ ମୁଖ୍ୟ ବିଧାନସଭାକୁ ଆସୁନାହାଁନ୍ତି । ତେଣୁ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା ସହ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦେବାକୁ ମହାପ୍ରଭୁଙ୍କ ନିକଟରେ କାମନା କରିଛୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.