ETV Bharat / city

ଅମର ଶତପଥୀ ହେଲେ ଅସ୍ଥାୟୀ ବାଚସ୍ପତି

ବଡ଼ଚଣା ବିଧାୟକ ଅମର ଶତପଥୀ ଷୋଡଶ ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ବୁଧବାର ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି ।

author img

By

Published : May 29, 2019, 8:04 PM IST

Updated : May 30, 2019, 7:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭୁବନେଶ୍ବର: ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିବା ସହ ନବୀନ ସରକାରର ପଞ୍ଚମ ପାଳି ଆରମ୍ଭ ହୋଇଛି । ଏହା ସହିତ 20 କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ତେବେ ବଡ଼ଚଣା ବିଧାୟକ ଅମର ଶତପଥୀ ଷୋଡଶ ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ବୁଧବାର ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ଅମରଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରୋଟେମ୍ ସ୍ପିକର କରାଯାଇଛି ।

ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବିଜୟୀ ବିଧାୟକଙ୍କୁ କାମଚଳା ବାଚସ୍ପତି ଅମର ଶତପଥୀ ଶପଥ ପାଠ କରାଇବେ । ପୂର୍ବାହ୍ନ 10ଟାରୁ 5 ପର୍ଯ୍ୟନ୍ତ ଷୋଡଶ ବିଧାନସଭାର 146 ବିଧାୟକ ଶପଥ ନେବେ । ତେବେ 1 ତାରିଖରେ ବାଚସ୍ପତି ନିର୍ବାଚନ ହେବ । ବିଜେଡି ପକ୍ଷରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାମ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଯେହେତୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି, ତେଣୁ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

ଅମର ଶତପଥୀ ହେଲେ ପ୍ରୋଟେମ ସ୍ପିକର

ଭୁବନେଶ୍ବର () ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶପତଥୀ ଆଜି ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଦାୟିତ୍ବ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀତାର ଶପଥ ପାଠ କରାଇଛନ୍ତି । ଆସନ୍ତାକାଲିଠାରୁ ସେ ନବନିର୍ବାଚିତ ବିଧାୟକମାନଙ୍କର ଶପଥପାଠ କରାଇବେ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ପୂର୍ବାହ୍ନ 10ଟାରୁ 5 ପର୍ଯ୍ୟନ୍ତ ସପ୍ତଦଶ ବିଧାନସଭାର 146 ବିଧାୟକ ଶପଥ ନେବେ । ଆସନ୍ତା ଜୁନ 1 ତାରିଖରେ ନୂଆ ବାଚସ୍ପତି ଭାବେ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଶପଥ ନେବେ । ସେ ପର୍ଯ୍ୟନ୍ତ ଅମର ଶତପଥୀ ବିଧାୟକମାନଙ୍କୁ ଶପଥ ପାଠ କରାଇବେ । 

Last Updated : May 30, 2019, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.