ଭୁବନେଶ୍ବର: ପୋଲିସର ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ହାଇଦରର ବାଲେଶ୍ବର ମେଡିକାଲରେ ମୃତ୍ୟୁ ଘଟିଛି । ତେବେ ହାଇଦର ଖସିଯିବା ପାଇଁ ଅବହେଳା କରାଯାଇଥିଲା ନା ପ୍ରକୃତରେ ଖସିଥିଲା । ଏ ନେଇ ଉଚିତ ଯାଞ୍ଚ କରାଯିବ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।
ଏହା ବି ପଢନ୍ତୁ: ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ସୂଚନା
ହାଇଦରକୁ ଖସିଯିବା ପାଇଁ ଦିଆଯାଇଥିଲା ନା ସେ ପ୍ରକୃତରେ ଖସିଥିଲା । ଏସବୁର ଯାଞ୍ଚ ହେବା ଦରକାର ନିହାତି ଦରକାର । ହାଇଦର ପାଇଁ ଏହା ଶେଷ ସୁଯୋଗ ଥିଲା । କାରଣ ପୂର୍ବରୁ ଯେଭଳି ରେକର୍ଡ ରହିଛି ପାରୋଲ ମିଳିନଥାନ୍ତା । ତେଣୁ ଯେହେତୁ ଚୌଦ୍ବାରରୁ ବାରିପଦା ଜେଲକୁ ଯାଉଥିଲା, ହୁଏତ ଖସିଯାଇଥାନ୍ତା ତାହାଲେ ଖସିପାରିଥାନ୍ତା ନଚେତ ଜେଲ ଯାଇଥାନ୍ତା ବୋଲି ସେ କହିଛନ୍ତି । ଯାହାର ସୁଯୋଗରେ ହୁଏତ ହାଇଦର ଉଦ୍ୟମ କରିଥିବ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ