ETV Bharat / city

ଆରମ୍ଭ ହେବ ପ୍ରମୋଶନ ଅଦାଲତ, ଗ୍ରେଡେସେନ ଭିତ୍ତିକ ପଦନ୍ନୋତିକୁ ନେଇ ପ୍ରଶ୍ନ - ଗ୍ରେଡେସେନ ଭିତ୍ତିକ ପଦନ୍ନୋତି

ରାଜ୍ୟରେ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀମାନେ ପ୍ରମୋଶନ ବା ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ସକାରତ୍ମକ ବାତାବରଣ ସୃଷ୍ଟି କରିଛନ୍ତି । ଏହା କିଛି ସ୍ୱାଗତ କରିବା ସହ ପ୍ରଶ୍ନ ଉଠାଇଛନ୍ତି ସଚିବାଳୟ କର୍ମଚାରୀ ସଂଘ । ଅଧିକ ପଢନ୍ତୁ...

_promotion adalat
ଫାଇଲ ଫଟୋ
author img

By

Published : Jan 28, 2020, 12:02 AM IST

ଭୁବନେଶ୍ବର: ରାଜ୍ୟରେ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ସକାରତ୍ମକ ବାତାବରଣ ସୃଷ୍ଟି କରିଛନ୍ତି । ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତ ବସିବ । ତିନିଦିନିଆ ଏହି ଅଦାଲତ ଜାନୁଆରୀ ୩୧ରେ ଶେଷ ହେବ । ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇନଥିବା ଅଧିକାରୀମାନେ ପଦୋନ୍ନତି ଅଦାଲତରେ ନିଜ ପକ୍ଷ ରଖିପାରିବେ । ଏହାକୁ ସ୍ୱାଗତ କରିଛନ୍ତି ସଚିବାଳୟ କର୍ମଚାରୀ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା
ରାଜ୍ୟରେ ବସିବ ପଦୋନ୍ନତି ଅଦାଲତ, ସରକାରୀ କର୍ମଚାରୀ ଠାରୁ ଅଧିକାରୀମାନେ ପାଇବେ ପଦୋନ୍ନତି । ମାତ୍ର ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ଉଠିଛି ପ୍ରଶ୍ନ । ଏ ପର୍ଯ୍ୟନ୍ତ ୨୨୭୩ ଆବେଦନକାରୀଙ୍କ ନାମ ତାଲିକାଭୁକ୍ତ ହୋଇସାରିଛି । ବାକି ଅଧିକାରୀଙ୍କ ପାଇଁ ଫେବୃଆରୀ ୨୭, ୨୮ ଓ ୨୯ ରେ ଅଦାଲତ ବସିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ଏନେଇ ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟ ସରକାରଙ୍କର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିବେକାନନ୍ଦ। ଗ୍ରେଡେସନ ଭିତ୍ତିକ ପଦୋନ୍ନତି କ'ଣ ପାଇଁ ସରକାର ଲାଗୁ କରୁନାହାନ୍ତି । ତେବେ ଯେଉଁ କର୍ମଚାରୀ ମାନଙ୍କର ନାମରେ କୌଣସି ମକଦ୍ଦମା ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଫଇସଲା କରି ପଦୋନ୍ନତି ଦେବାର ଆବଶ୍ୟକତା ରହିଛି । ନଚେତ ଏହାର କୌଣସି ସୁଫଳ ମିଳିବନାହିଁ ।ତେବେ ପଦୋନ୍ନତି ରୁ ବଞ୍ଚିତ କର୍ମଚାରୀ ମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଜାନୁଆରୀ ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ୬ ଜଣ ବରିଷ୍ଠ ଆଇଏସଏସ ଅଫିସର ପଦୋନ୍ନତି ପାଇଁ ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଶୁଣାଣି କରିବେ । ଆଇଏଏସ ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରୁ ଶୁଣାଣି କରିବେ, ସେହିଭଳି ଏପିସି ପ୍ରଦୀପ୍ତ ମହାପାତ୍ର କୃଷି ଭାବନରୁ ଶୁଣାଣି କରିବେ, କଳିଙ୍ଗ ଷ୍ଟାଡିୟମରେ ଆଇଏଏସ ଆର କେ ଶର୍ମା, ଏସଆଇଆରଡିରୁ ଆଇଏଏସ ପ୍ରଦୀପ ଜେନା ଏବଂ ଇଡକୋ କନଫରେନ୍ସ ହଲରେ ଆଇଏଏସ ମୋନା ଶର୍ମା ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଦୋନ୍ନତି ଅଦାଲତ କେତେ ସହାୟକ ହେବ ?

Body:ପଦୋନ୍ନତି ଅଦାଲତ ନେଇ ଉଠିଲା ପ୍ରଶ୍ନ।ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହରେ କର୍ମଚାରୀ ମାନେ।

ରାଜ୍ୟରେ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀ ମାନେ ପଦୋନ୍ନତି ଅଦାଲତ ରେ ଅଂଶଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ସକାରତ୍ମକ ବାତାବରଣ ସୃଷ୍ଟି କରିଛନ୍ତି।ଆସନ୍ତାକାଲି ଠାରୁ ପଦୋନ୍ନତି ଅଦାଲତ ବସିବ।ତିନିଦିନିଆ ଏହି ଅଦାଲତ ଜାନୁଆରୀ ୩୧ରେ ଶେଷ ହେବ।ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇନଥିବା ଅଧିକାରୀ ମାନେ ପଦୋନ୍ନତି ଅଦାଲତରେ ନିଜ ପକ୍ଷ ରଖିପାରିବେ।ଏହାକୁ ସ୍ୱାଗତ କରିଛନ୍ତି ସଚିବାଳୟ କର୍ମଚାରୀ ସଂଘ।

ରାଜ୍ୟରେ ବସିବ ପଦୋନ୍ନତି ଅଦାଲତ, ସରକାରୀ କର୍ମଚାରୀ ଠାରୁ ଅଧିକାରୀ ମାନେ ପାଇବେ ପଦୋନ୍ନତି।ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ଉଠିଛି ପ୍ରଶ୍ନ।ଏ ପର୍ଯ୍ୟନ୍ତ ୨୨୭୩ ଆବେଦନକାରୀଙ୍କ ନାମ ତାଲିକାଭୁକ୍ତ ହୋଇସାରିଛି।ବାକି ଅଧିକାରୀଙ୍କ ପାଇଁ ଫେବ୍ରୁଆରୀ ୨୭,୨୮ ଓ ୨୯ ରେ ଅଦାଲତ ବସିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ଏନେଇ ଉଠାଇଛନ୍ତି ପ୍ରଶ୍ନ।ରାଜ୍ୟ ସରକାରଙ୍କର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ,ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିବେକାନନ୍ଦ।ଗ୍ରେଡେସନ ଭିତିକ ପଦୋନ୍ନତି କଣ ପାଇଁ ସରକାର ଲାଗୁ କରୁନାହାନ୍ତି।ତେବେ ଯେଉଁ କର୍ମଚାରୀ ମାନଙ୍କର ନାମରେ କୌଣସି ମକଦମା ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଫଇସଲା କରି ପଦୋନ୍ନତି ଦେବାର ଆବଶ୍ୟକତା ରହିଛି।ନଚେତ ଏହାର କୌଣସି ସୁଫଳ ମିଳିବନାହିଁ।

ତେବେ ପଦୋନ୍ନତି ରୁ ବଞ୍ଚିତ କର୍ମଚାରୀ ମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଜାନୁଆରୀ ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ୬ ଜଣ ବରିଷ୍ଠ ଆଇଏସଏସ ଅଫିସର ପଦୋନ୍ନତି ପାଇଁ ଶୁଣାଣି କରିବେ।ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଶୁଣାଣି କରିବେ।ଆଇଏଏସ ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀ ରୁ ଶୁଣାଣି କରିବେ,ସେହିଭଳି ଏପିସି ପ୍ରଦୀପ୍ତ ମହାପାତ୍ର କୃଷି ଭାବନରୁ ଶୁଣାଣି କରିବେ,କଳିଙ୍ଗ ଷ୍ଟାଡିୟମ ରେ ଆଇଏଏସ ଆର କେ ଶର୍ମା, ଏସଆଇଆରଡି ରୁ ଆଇଏଏସ ପ୍ରଦୀପ ଜେନା ଏବଂ ଇଡ୍କୋ କନ୍ଫରେନ୍ସ ହଲରେ ଆଇଏଏସ ମୋନା ଶର୍ମା ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.