ETV Bharat / city

'ରାଜ୍ୟ ସରକାରଙ୍କ ଏଏନଏମ ନିଯୁକ୍ତି ବିଜ୍ଞାପନ ଏକ ପ୍ରହେଳିକା' - ଭୁବନେଶ୍ବର

ରାଜ୍ୟରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାରୁ ସରକାର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ତାଲିମ ପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଠିକା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖିଥିବା କହିଛନ୍ତି। ଅଧିକ ଖବର ପଢନ୍ତୁ...

'ରାଜ୍ୟ ସରକାରଙ୍କ ଏଏନଏମ ନିଯୁକ୍ତି ବିଜ୍ଞାପନ ଏକ ପ୍ରହେଳିକା'

author img

By

Published : Jul 16, 2020, 7:53 AM IST

Updated : Jul 16, 2020, 1:47 PM IST

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାରୁ ସରକାର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ତାଲିମ ପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଠିକା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖିଥିବା କହିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ମାଧ୍ୟମରେ ପାଖାପାଖି 7 ହଜାର ବେରୋଜଗାର ତାଲିମପ୍ରାପ୍ତ ଏଏନଏମଙ୍କୁ ଠିକା ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

'ରାଜ୍ୟ ସରକାରଙ୍କ ଏଏନଏମ ନିଯୁକ୍ତି ବିଜ୍ଞାପନ ଏକ ପ୍ରହେଳିକା'

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ଟ୍ରେଣ୍ଡ ଅନ ଏମ୍ପ୍ଲୋଏଡ଼ ଏଏନଏମ ଷ୍ଟୁଡେଣ୍ଟ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏହାର ରାଜ୍ୟ ସଭାପତି ପାର୍ଥ ସାରଥୀ ଜେନା କହିଛନ୍ତି କି, ରାଜ୍ୟ ସରକାର ଲୋକମାନଙ୍କୁ ଭୂଆଁ ବୁଲାଇ କୋଭିଡ ପରିଚାଳନା ପାଇଁ ଚିନ୍ତିତ ଥିବା ବୋଲି ଦେଖାଇ ହେବାକୁ ଚେଷ୍ଟା କରୁଛନ୍ତି। ଯାହା କି କୌଣସି ପ୍ରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ପାଇଁ ଓ ଏଏନଏମ ଭାବେ ଯୋଗ ଦେବାକୁ ଥିବା ପ୍ରାର୍ଥୀମାନଙ୍କୁ ଫଳପ୍ରଦ ହେବ ନାହିଁ ।

ସେ ଆହୁରି କହିଛନ୍ତି କି ଦୀର୍ଘ 14 ବର୍ଷ ହେବ ସଙ୍ଘ ଏହି ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଲଢେଇ କରି ଆସୁଛି। ଯେବେ କି ସ୍ବାସ୍ଥ୍ୟ ବିଭାଗରେ ଏଥିପାଇଁ 6 ହଜାରରୁ ଊର୍ଦ୍ଧ୍ବ ସ୍ଥାୟୀ ପଦବୀ ଖାଲି ପଡ଼ିଛି । ଏଥିପାଇଁ ହାଇକୋର୍ଟରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ସରକାର ସେ ବାବଦରେ କୌଣସି ବିଚାର ନ କରି ମନମୁଖୀ ଭାବେ ଏହି ଠିକା ପଦବୀ କରି ପିଲାମାନଙ୍କୁ ଖଟାଇବା ପାଇଁ ଚିନ୍ତା କରିଛନ୍ତି । ଆଉ କାର୍ଯ୍ୟ ସରିଗଲେ ଅଳିଆ ଗଦାରେ ଫିଙ୍ଗି ଦେବା ତାଙ୍କର ଦାୟିତ୍ବ ବୋଲି ଭାବୁଛନ୍ତି । ତେଣୁ ଏହି ନିଷ୍ପତ୍ତିକୁ ସଙ୍ଘ ବିରୋଧ କରିବା ସହ ଏହି ନିଯୁକ୍ତି ବିରୁଦ୍ଧରେ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 16, 2020, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.