ETV Bharat / city

ବଢୁଛି ଶ୍ରମିକଙ୍କ ସମସ୍ୟା, ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି

author img

By

Published : May 10, 2021, 10:04 PM IST

କୋରୋନା ଯୋଗୁଁ ଜୀବିକା ବିପଦରେ ପଡିଥିବାବେଳେ ଲକଡାଉନ ଯୋଗୁଁ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଲାଣି। ଯାହାକୁ ନେଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ଦାବି କରିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ...

ବଢୁଛି ଶ୍ରମିକଙ୍କ ସମସ୍ୟା, ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି
ବଢୁଛି ଶ୍ରମିକଙ୍କ ସମସ୍ୟା, ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି

ଭୁବନେଶ୍ବର: କୋରୋନା ଯୋଗୁଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀଙ୍କ ଚିନ୍ତା ବଢିଯାଇଛି । ବିଶେଷ କରି ଦିନମଜୁରିଆ ଭାବେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଅବସ୍ଥା ବେହାଲ । ଶ୍ରମିକ, ଶିଳ୍ପୀ ହୁଅନ୍ତୁ ଅବା ବୁଣାକାରଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । କୋରୋନା ଯୋଗୁଁ ବୃତ୍ତି ହରେଇବା ସହ ଘରେ ହାତ ବାନ୍ଧି ବସିଛନ୍ତି ସମସ୍ତେ । ସାମଗ୍ରୀ ନମିଳୁଥିବାରୁ ବୁଣାକାର ନିରାଶ ହୋଇଛନ୍ତି । ଜୀବିକା ହରେଇଥିବା ଶ୍ରମିକଙ୍କ ଲାଗି ପ୍ୟାକେଜ ଦାବି କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଗତବର୍ଷ କୋଭିଡର ପ୍ରଥମ ଲହରର ରାଜ୍ୟ ସରକାର ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ଲାଗି ପ୍ୟାକେଜ ଘୋଷଣା କରିଥିଲେ । ହେଲେ ଚଳିତବର୍ଷ କୋଭିଡର ଦ୍ଵିତୀୟ ଲହର ଯୋଗୁଁ ଅଧିକ ପ୍ରଭାବିତ ହୋଇଥବା ଶ୍ରମିକ ଗୋଷ୍ଠୀଙ୍କୁ ସରକାର ସହାୟତା ଘୋଷଣା କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଏହାସହ ଯେଉଁମାନେ କୁଟୀର ଶିଳ୍ପ କରି ବଞ୍ଚୁଛନ୍ତି ସେମାନଙ୍କ ଲାଗି ସାମଗ୍ରୀ ଯୋଗାଇବା ଲାଗି ଦାବି କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କୋରନାର ଭୟଙ୍କର ସ୍ଥିତିରେ ଶ୍ରମିକମାନେ ଛଟପଟ ହେଉଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ସହ ମିଶି ସ୍ବତନ୍ତ୍ର ପ୍ୟାକେଜ ଆଣିବାକୁ ବିଜେଡି ସାଂସଦ ସୁବାସ ସିଂ ମଧ୍ୟ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.