ETV Bharat / city

ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ ମିଶ୍ର - ଶଙ୍କରାଚାର୍ଯ୍ୟକୁ ଅପମାନ ପ୍ରସଙ୍ଗ

ଶଙ୍କରାଚାର୍ଯ୍ୟକୁ ନରସିଂହ ମିଶ୍ର ଅପମାନ କରିଥିବା ନେଇ ବିଜେପି ମୁଖପାତ୍ର ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 20, 2019, 1:21 PM IST

ଭୁବନେଶ୍ବର: ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଜେପି ମୁଖପାତ୍ର ତାଙ୍କ ବିରୋଧରେ ଶଙ୍କରାଚାର୍ଯ୍ୟଙ୍କୁ ଅବମାନନା କରିଥିବାର ଅଭିଯୋଗ ଆଣିବା ପରେ ସେ ଏହି ପ୍ରସ୍ତାବ ଆଣିଛନ୍ତି।

ନରସିଂହ ମିଶ୍ର କହିଛନ୍ତି ଯେ, ବିଧାନସଭାରେ ଆଲୋଚନା ସମୟରେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୌଣସି ଆପତ୍ତିଜନକ ଶବ୍ଦ ବ୍ୟବହାର କରିନାହାଁନ୍ତି। ସେ ବିଧାନସଭାରେ ଉପସ୍ଥାପନ କରିଥିବା ପ୍ରସଙ୍ଗକୁ ନିଜେ ଶଙ୍କରାଚାର୍ଯ୍ୟ ଏକ ଚିଠି ଲେଖି ପ୍ରଶଂସା କରିଥିବା ପ୍ରକାଶ କରିଛନ୍ତି। ଏହାକୁ ସ୍ବାଧୀକାର ଭଙ୍ଗ ଭାବେ ଗ୍ରହଣ କରି ସ୍ବାଧୀକାର କମିଟିକୁ ବିଚାର ପାଇଁ ପଠାଯାଉ ବୋଲି ସେ ଦାବି କରିଛନ୍ତି।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:ଆସନ୍ତା ଡିସେମ୍ବର 1 ତାରିଖ ପାଖରୁ ପୁଣି ଥରେ ନୂଆ ମୋଟର ଯାନ ଆଇନ ଲାଗୁ ହେବାକୁ ଯାଉଛି। 3ମାସର କୋହଳ ପରେ ପୁଣି ଥରେ ନିୟମ ଲାଗୁ ହେବା ପୂର୍ବରୁ ବିଭିନ୍ନ ସ୍ବେଛାସେବୀ ସଂଗଠନ ଦ୍ୱାରା ଲୋକମାନଙ୍କୁ ସଚେତନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ବାଲେଶ୍ଵରର ପ୍ରୟାସ ପରିବାର ପକ୍ଷରୁ ଆଜ ଟ୍ରାଫିକ ସଚେତନତା କରାଯାଇଥିଲା। ପୋଲିସ ଲାଇନ ଟ୍ରାଫିକ ଠାରେ ପରିବାର ପକ୍ଷରୁ ମହିଳାମାନେ ହେଲମେଟ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା ଓ ଟ୍ରାଫିକ ନିୟମ ମାନିବା ପାଇଁ ଲୋକଙ୍କୁ ଆହ୍ୱାନ ଦିଆଯାଇଥିଲା। ଏଥିପାଇଁ ଲୋକଙ୍କୁ ଗୋଲାପ, ଲିଫଲେଟ ଆଦି ବଣ୍ଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଏସପି ବି ଯୁଗଳ କିଶୋର, ଆରଟିଓ ବିକାଶ ଚୌଧୁରୀ ଅତିଥି ଭାବେ ଯୋଗଦେଇଥିଲେ। ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ କୁମାର ରଣସିଂ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବାଇଟ1- ବି ଯୁଗଳ କିଶୋର(ଏସପି)
ବାଇଟ2- ବିକାଶ ଚୌଧୁରୀ(ଆରଟିଓ)
ବାଇଟ3- ରୋଜି ପଟନାୟକ(ସଭାପତି, ପ୍ରୟାସ ପରିବାର)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.