ETV Bharat / city

ସରକାରୀ ସମ୍ପତ୍ତି ବାଜ୍ୟାପ୍ତି କଲା L&T, ବିରୋଧୀ କହିଲେ ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର - ବିରୋଧୀ କହିଲେ ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର

ବିଧାନସଭାର ଶୂନ୍ୟକାଳରେ ଉଠିଲା ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀ (L&T) ବଜ୍ୟାପ୍ତି ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିଧାନସଭାରେ ଉଠାଇଛନ୍ତି ପ୍ରସଙ୍ଗ । ବିଭାଗ ଓ ସରକାରଙ୍କୁ ଘେରିବା ସହ କରିଛନ୍ତି କଡା ସମାଲୋଚନା । ଅଧିକ ପଢନ୍ତୁ

ସରକାରୀ ସମ୍ପତ୍ତି ବାଜ୍ୟାପ୍ତି କଲା ଏଲଆଣ୍ଡଟି
ସରକାରୀ ସମ୍ପତ୍ତି ବାଜ୍ୟାପ୍ତି କଲା ଏଲଆଣ୍ଡଟି
author img

By

Published : Jul 23, 2022, 7:36 PM IST

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଉଠିଲା ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀ (L&T) ବଜ୍ୟାପ୍ତି ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିଧାନସଭାରେ ଉଠାଇଛନ୍ତି ପ୍ରସଙ୍ଗ । ବିଭାଗ ଓ ସରକାରଙ୍କୁ ଘେରିବା ସହ କରିଛନ୍ତି କଡା ସମାଲୋଚନା ।

ସରକାରୀ ସମ୍ପତ୍ତି ବାଜ୍ୟାପ୍ତି କଲା ଏଲଆଣ୍ଡଟି , ବିରୋଧୀ କହିଲେ ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର

ମୋହନ କହିଛନ୍ତି ଯେ, L&T କମ୍ପାନୀ ପୂର୍ତ୍ତ ବିଭାଗ ଠାରୁ ୨୦ କୋଟି ଟଙ୍କା ପାଇବାର ଥିଲା । ଯାହାକୁ ପୈଠ କରିନଥିଲେ ସରକାର । ଏହାଦ୍ବାରା, ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର । ମନ୍ତ୍ରୀଙ୍କ ପାଖରେ ଖବର ନରହିବା ଦୁର୍ଭାଗ୍ୟଜନକ । କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ପର୍ଦ୍ଦାଫାଶ ହେଉ । ଘଟଣାକୁ ନେଇ ବିଜେପି ଚୁପ ବସିବନି ।

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଯଦି ସରକାରଙ୍କ ସମ୍ପତ୍ତି ଗୋଟେ ଘରୋଇ କମ୍ପାନୀ ବାଜ୍ୟାପ୍ତ କରୁଛି ଏଥିରୁ ପ୍ରମାଣିତ କେମିତି ସରକାର ଚାଲିଛି । ଦୁଃଖର ବିଷୟ ଏପରି ସ୍ଥିତିରେ ଆମେ ଅଛୁ ଯେ, ସରକାରୀ ଅଧିକାରୀ ଏବଂ ମନ୍ତ୍ରୀ ମାନଙ୍କ ପାଖରେ ଏ ଖବର ନାହିଁ । ଗୋଟିଏ ପ୍ରାଇଭେଟ କମ୍ପାନୀ ସରକାରଙ୍କ ସମ୍ପତି ଉପରେ ଅଧିକାର ଜାହିର କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.